STORYMIRROR

Suresh chandra Padhy

Abstract

3  

Suresh chandra Padhy

Abstract

ଚାକିରୀ

ଚାକିରୀ

1 min
322

ଭାବିଥିଲି କରିବି ବଡ଼ ଚାକିରୀ

ଚାକିରୀ ପାଇଲି ନାହିଁ ହୋଇଲି ବେକାରୀ

କିଏ କହେ ଧନୀ ଲୋକ ପାଉଛି ଚାକିରୀ

ଧନ ମୋ ପାଖେ ନାହିଁ କାହାକୁ କରିବି ଗୁହାରି

ଏଠି ଲାଞ୍ଚ ଦେଇ ହୋଇ ଯାଏ ଚାକିରୀ

କିଏ ବୁଝିବ ମୋ ଦୁଃଖ ମୁ ତ ହେଲି ଦାଣ୍ଡର ଭିକାରି

ଇଚ୍ଛା ଥିଲା ମୋହର କରିବି ସରକାରୀ ଚାକିରୀ

ଚାକିରୀ କରି କିଏ କରେ ପୁଣି ଦାଦା ଗିରି

ଭାବି ଥିଲି ଅଭାବ ମୋ ଚାଲି ଯିବ ପାଇ ଗଲେ ଚାକିରୀ

ଏତେ ପାଠ ପଢି ଲାଭ କିଛି ନାହିଁ ବୟସ ଗଲାଣି ସରି

ବିବାହ କରି ବାକୁ ଲୋଡ଼ା ଏବେ ଚାକିରୀ

ଝିଅ ଟିଏ ମିଳେ ନାହିଁ ରହିଛି ବ୍ରହ୍ମଚାରି

ଉଚ୍ଚ ବଂଶ ରେ ଜନ୍ମ ହୋଇଛି ନାହିଁ ମୋ ଚାକିରୀ

ପିନ୍ଧିବାକୁ କାନା ଖାଇବାକୁ ଦାନା ମିଳେନି ମନ ଭରି

ଏ ଜନ୍ମ ମୋ ବିତି ଯିବ ପାଇବି କି ଆଉ ଚାକିରୀ

ଚାକିରୀ ଆଶା କରି କରି ଦିନ ଯାଉ ଅଛି ସରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract