STORYMIRROR

Suresh chandra Padhy

Abstract

4  

Suresh chandra Padhy

Abstract

ଜୟ ମା ତାରିଣୀ

ଜୟ ମା ତାରିଣୀ

1 min
42

 ତାରିଣୀ ମା ଲୋ ଡାକୁ ଅଛି ତତେ
ଗୁହାରି ଶୁଣିବୁ ରକ୍ଷା କରି ମୋତେ

ତୋ ବିନା ଆଉ କିଏ ହେବ ନିଜର
 ସାହା ହୋଇ ଥିବୁ ମା ଏଇ ଜଗତେ

 ଗୋବିନ୍ଦ ଭଞ୍ଜ ଦିନେ ତତେ ଡାକି ଥିଲେ
ସାଥିରେ ନେବେ ସେ ବୋଲି କହି ଥିଲେ
ଭକ୍ତ ପାଇଁ ମା ହୋଇ ଆସି ଥିଲୁ ତୁହି
ପଛେ ପଛେ ଆସି ଥିଲୁ ଘୁଙ୍ଗୁର ଶୁଣାଇ
 ତୋ ଲୀଳା କୁ କିଏ ବୁଝିବ ମରତେ
ଆସି ଥାଉ ମା ତୁହି ଭକତ ର ହିତେ

 ପୂଜା କରନ୍ତି ମା ଶାଳ ବଣେ ତତେ
 ଘଟ ଗାଆଁ ବାସିନୀ ଜାଣନ୍ତି ଜଗତେ
 ଯେତେ ବେଳେ ତୋର ଡୋରି ଲାଗି ଯାଏ
 ଭକ୍ତ ତୋ ପାଖେ ଯାଇ ଦୁଃଖ କୁ ଜଣାଏ
 ଭକ୍ତ ମନ ଭାବ କୁ ବୁଝି ପାରି ଥାଉ
ଲୁହ ପୋଛି ତାର ଦୁଃଖ ସବୁ ନେଉ
 ସଙ୍କଟ ହାରିଣୀ ମା ଆଶ୍ରା କଲି ତତେ
 ଅଭୟ ଦେବୁ ମା ରଖି ତୋ ପଣତେ
 ନିଜର କିଏ ମା କରିବ ଲୋ ମତେ
ଅନ୍ତର ରେ ଡାକୁଛି ଦୁରେ ଥାଇ ଯେତେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract