STORYMIRROR

Suresh chandra Padhy

Classics

4  

Suresh chandra Padhy

Classics

ଅଧର ପଣା

ଅଧର ପଣା

1 min
22

କାଳିଆ ର ଅଧର ପଣା
 ଚାଲ ସଖି ଦେଖି ଯିବା
                       ଅଧର ପଣା କୁ
 କେତେ ପୁଣ୍ୟ କଲା
                     ଛୁଇଁବ କାଳିଆ କୁ

  ମନ ଭରି କାଳିଆ ପାନ କରିବ
 ଅସରିରୀ ଯେତେ ସଭିଙ୍କୁ ଦେବ
 ପଥେ ଯାଇ ଥିଲେ ପାଶ୍ଵ ଦେବତା
ପଣା ପିଇ ସର୍ବେ ମାରିବେ ଥକା
 ଚାଲ ସଖି ଦେଖି ଯିବା
              ଅଧର ପଣା କୁ
ପଣ୍ଡା ମାନେ ରଥେ
              ଭଙ୍ଗୀ ଦେବେ ସେ ହାଣ୍ଡି କୁ
 
କାଳିଆ ର ଦେଖିବା କଳା ଶ୍ରୀ ମୁଖ
ରଥେ ଦେଖି ଦେଲେ ଯିବ ଲୋ ଦୁଃଖ
ଭକତ ସାଥିରେ ଲୀଳା କରି ଫେରିଛି
ରଥେ ବସି କାଳିଆ ଲେଉଟି ଆସିଛି
 ଚାଲ ସଖି ଦେଖି ଯିବା
                       ଅଧର ପଣା କୁ
ତିନି ରଥେ ଦେଖି ଆସ
                        ତିନି ଠାକୁର ଙ୍କୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics