STORYMIRROR

Binata Mohanta

Abstract Classics Others

5  

Binata Mohanta

Abstract Classics Others

ପାଚିଲା ଧାନ କ୍ଷେତ.....

ପାଚିଲା ଧାନ କ୍ଷେତ.....

1 min
934

ପୈଷ ମାସରେ ଶୀତର ଆଗମନ

ବହେ ସୁଲୁସୁଲିଆ ଶୀତଳ ପବନ

ରାତି ହୁଏ ବଡ ଓ ଦିନ ସାନ

କୃଷକର ମନ ଅତି ପ୍ରସନ୍ନ

ଦେଖି ପାଚିଲା ଧାନ କ୍ଷେତ

ଖଳାବାଡି କରେ ପ୍ରସ୍ତୁତ ।।


ହିଡ ଉପରେ ଉଠିଥିବା

ବୁଦା ବୁଦା ଘାସର ମେଳ

ଶିଶିର ଛିଟା ଲାଗି ଦିଶେ ସଜଳ

ସେଥିରେ ବୁଢିଆଣୀ ଜାଲ ଅବା

ପଡି ସୂର୍ଯ୍ୟ କିରଣ କୋମଳ

ଦିଏ ଆଙ୍କି ଇନ୍ଦ୍ରଧନୁର ଶୋଭା।।


ମୃଦୁ ପବନେ କ୍ଷେତେ

ଧାନ କେଣ୍ଡା ସବୁ 

ଧିର ଦୋଳାୟମାନ

ଏହାସହ ବଗ ଓ ଗେଣ୍ଡାଳିଆର

କଳରବେ ଚତୁର୍ଦିଗ

ହୋଇଉଠେ କମ୍ପମାନ ।।


ପାଚିଲା ଧାନ କେଣ୍ଡା 

ଦିସୁଥାଏ ସ୍ବର୍ଣ୍ଣ ମୟ

କିଭଳି ଧାନ କାଟି

ଘରକୁ ସବୁ ଆଣିବ

ଚାଷୀ ଭାଇର ମନେ ଥାଏ 

ଏହି ଅଭିପ୍ରାୟ ।।


ଆପଣା କ୍ଷେତରେ

ଦେଖି ପାଚିଲା ଧାନ

ଚାଷୀଭାଇର ଆନନ୍ଦରେ 

ପୁରିଯାଏ ମନ

ପୁଲକିତ ହୋଇ ଉଠେ

ପ୍ରାଣ ତାହାର

ଦା ଧରି ଧାନ କାଟିବାକୁ

ହୁଏ ଆଗଭର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract