ପବନ
ପବନ
କୁଟା କାଠି ଯୋଡ଼ି କେତେ ଯତନରେ
ବାନ୍ଧିଥିଲୁ ନିଡ ଟିଏ
ଏହି ନିଡ ମଧ୍ୟେ ମା' ଶାବକ ଥିଲେ
ସୁରକ୍ଷିତ ମଣି ଥାଏ ।
କୁଆଡୁ ଆସିଲା ଏ କାଳ ବୈଶାଖୀ
ସବୁ ତ ଉଜାଡି ଗଲା
ଉଡ଼ାଇ ନେଇ ଭାଙ୍ଗି ନିଡକୁ କାହିଁ
କେତେ ଦୂରେ ଫିଙ୍ଗି ଦେଲା ।
ବାସ ହରାଇ ହୋଇ ଭୟେ କମ୍ପୁ ଥାଉ
କେମିତି ପାହିବ ରାତି
ଆକାଶ ଛୁଆଁ ତାଳଗଛ ବାହୁଙ୍ଗର
ପବନେ ହୋଇଛି କ୍ଷତି ।
ତହୁଁ ପରଦିନ ଫର୍ଛା ହେଉଣୁ ଆକାଶ
ମନେ ନୂତନ ଆଶା ବାନ୍ଧି
ଘର ତୋଳିବାକୁ ସମସ୍ତ ସଦସ୍ୟ
ପ୍ରସ୍ତୁତି ରେ ହେଲୁ ଛନ୍ଦି ।
ସନ୍ଧ୍ୟା ହେଉଣୁ ଭଙ୍ଗା ବାହୁଙ୍ଗରେ
ଗଢିଲୁ ଦରଗଢା ବସାଟିଏ
ଗୁହାରି କଲୁ ହେ ମହାବାହୁ, ପୁଣି
ପବନ ବସା ଉଡ଼ାଇ ନ ନିଏ ।