Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

pranati Mahapatra

Action

4  

pranati Mahapatra

Action

ଏମିତି କଣ ହେଲା

ଏମିତି କଣ ହେଲା

1 min
380



ବାଜିଲା ଘଣ୍ଟା ଶୁଭିଲା ଶଙ୍ଖ

 ଆଉ ନାହିଁ ହୋ ହାଲ୍ଲା,

ନାହିଁ ପ୍ରତିବାଦ ନାହିଁ ବି ପ୍ରମାଦ

ସବୁ ଦେଖ ଖୁଲମଖୁଲା,

 ବଢିବା କଥା ବଢିଲା

ଆରମ୍ଭରୁ ଗୁରୁ ଛାତ୍ର ଯେ ଆକ୍ରାନ୍ତ

  ବାକି ଆଗକୁ ତ ରହିଲା।


ମନ୍ଦିର, ମସଜିଦ, ଗୀର୍ଜା, ଗୁରୁଦ୍ଵାର

  ଭକ୍ତଙ୍କ ମେଳ ଜମିଲା

ଦୋକାନ, ବଜାର, ହାଟ ସବୁଆଡେ

  ଶୁଭେ ଖାଲି ହୋ ହାଲ୍ଲା,

   କିଏ ଚମତ୍କାର କଲା

ସାନିଟାଇଜର ଆଉ କଣ କଣ

   ସେତେ ଲୋଡ଼ା ନାହିଁ ଭଲା।


ଓଡ଼ିଶାର ବଡ଼ ଠାକୁର କାଳିଆ

  ଅଟେ ବଡ଼ ଯାଦୁଗର ,

କିମିଆଁ କରି ସେ ଦୂରେଇ ଦେଇଛି

  ଦୁଃଖ ଯେତେକ ପ୍ରକାର,

ସିଏ ଆଦି ଅନାଦି ଓମ୍ କାର

ସତ୍ୟ ଧର୍ମ ନ୍ୟାୟ ସୁପଥରେ ଗଲେ

   ହୋଇବ ବୈକୁଣ୍ଠ ପୁର।

     ସିଏ ତ ଜଗଦୀଶ୍ଵର।


Rate this content
Log in