Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Action Inspirational Others

3  

Bharatabandhu Biswal

Action Inspirational Others

ସୁରକ୍ଷା

ସୁରକ୍ଷା

1 min
212



କଥାସବୁ ଶୁଣିବାକୁ ଭାରି ଭଲ

କାମ ଯଦି ଭିନ୍ନ ବିପରୀତ 

ଇଚ୍ଛାମାନେ ଦଉଡିବେ ଘୋଡା ପରି

ଦୁଃଖ ଭାର ହେବ ଅପ୍ରମିତ ।

କଣ୍ଟକିତ ଚଲାପଥ ସୁକର୍ତ୍ତବ୍ଯ 

କର୍ମଧର୍ମ ଜୀବନ ନିର୍ବାହ 

ଦୁନିଆଁରେ ସର୍ବଶ୍ରେଷ୍ଠ ମୁଁ ବୋଲି

ଦାବୀ କରେ ମଣିଷ ପାଷାଣ୍ଡ ।

ବଢିଚାଲେ ଅହଂକାର ବ୍ଯଭୀଚାର 

ଅତ୍ଯାଚାର ଅନୀତି ଅନ୍ଯାୟ

ବଶୀଭୂତ ମାୟାମୋହ କ୍ଷମତା କନ୍ଦଳେ

ସ୍ବାର୍ଥାନ୍ଧଙ୍କ ତୁଟେନାହିଁ ଅହଂ ।

ନାଶ ହୁଏ ସୁଖ ଶାନ୍ତି ଆଜୀବିକା

ବୃଦ୍ଧି ହୁଏ ପୁଞ୍ଜି ପରବତ

ଡହଳବିକଳ ହୁଏ ବିଚରା ଗରୀବ

ବାସଚ୍ୟୁତ ହୁଏ ମଧ୍ଯବିତ୍ତ ।

ବଢାଉ ମର୍ଯ୍ଯାଦା ସୀମା ମାନବ ସମ୍ବଳ

ସ୍ୱଚ୍ଛନ୍ଦତା ହେଉ ଅବିମୁକ୍ତ

ପ୍ରବହୁ ଜୀବନ ସ୍ରୋତ ନିଶ୍ବାସ ପ୍ରଶ୍ବାସ 

ବ୍ଯକ୍ତି ନାକ ରହୁ ସୁରକ୍ଷିତ।

    


Rate this content
Log in

Similar oriya poem from Action