କେଡେ ବିଚ୍ଚିତ୍ର ଏହି ଦୁନିଆଁ ସତେ
କେଡେ ବିଚ୍ଚିତ୍ର ଏହି ଦୁନିଆଁ ସତେ


କେଡେ ବିଚ୍ଚିତ୍ର ଏହି ଦୁନିଆଁ ସତେ
ଭୁଲହୁଏ ସବୁ ବହିପାଠ
ଯେତେ ଅଛି ଶାସ୍ତ୍ର ଓ ପୁରାଣ
ଗୋଳମାଳ ହିସାବ କିତାବ
ଯୋଜନା ବି ଫଳ ହୁଏ ଶୂନ ।
ଗାଁଗଣ୍ଡା ସହରର ଗଳିକନ୍ଦି ,ରାସ୍ତାଘାଟ
ବଢିଯାଏ ହୁ ହୁ ସବୁଠାରେ
କୁକୁରଙ୍କ ସଂଖ୍ଯା
ହେଲା ଯଦି ଭୋଜିଭାତ
ମିଳିଗଲା କେଉଁଠି ଆଧାର ,
ବଢିଯାଏ ପ୍ରାଦୁର୍ଭାବ କହିଲେ ନସରେ
ଚାଟି ଚାଟି ଅଇଁଠାପତ୍ରକୁ
ସଫାରଫା ନ କରିବାଯାକେ
ଚାଲିଥିବ ଭୁକାଭୁକି , ରମ୍ପାଝମ୍ପା
ଆକ୍ରମଣ ପ୍ରତି ଆକ୍ରମଣ ।
ଲଜ୍ଜାହୀନ ଇତର ଜୀବନ
ବେଧଡ
଼କ କାମନା ଜିଙ୍ଘାସା
ନଥାଉ ଚୂଲି କି ଚାଳ
ନାହିଁ ପରବାୟ ,
ବଢିଯାଉ ଯେତେ ସଂଖ୍ଯା
ସମାଜ ଓ ସଂସ୍କୃତି ଯାଉ ଚୂଲିକୁ
ପଡୁ ବି ବିପତ୍ତି
ସେଥିପାଇଁ ଆମ୍ଭେ ନୁହେଁ
ତୁମ୍ଭେ ସବୁ ଦାୟ ।
ବଢେ ଯଦି ଦୁର୍ଘଟଣା ,ବ୍ଯଭୀଚାର
ଡକାୟତି ଚୋରୀ ବା ତସ୍କରୀ
ଆଇନ ଯଦି ହୁଏ ଉଲ୍ଲଙ୍ଘନ ,
ହେଉ ଯେତେ ବନ୍ଯାବାତ୍ଯା ଦୁର୍ବିପାକ
ରୋଗ ମହାମାରୀ
ନାହିଁ କିଛି ବିଚ୍ଚିତ୍ରତା ଆଶ୍ଚର୍ଯ୍ୟ କାରଣ
ଲୋଡୁଅଛି ବର୍ତ୍ତମାନ ସୁନ୍ଦର ଭବିଷ୍ଯ
ଯଥାବିଧି ହେଉ ସଂରକ୍ଷଣ ।