STORYMIRROR

Pranati Mahapatra

Action

3  

Pranati Mahapatra

Action

ବିକାଶ

ବିକାଶ

1 min
12.1K

ବିକାଶ ସୃଷ୍ଟିର ଆରମ୍ଭୁ ବିକାଶ

ହେଉଛି ଧୀରେ ଧୀରେ ମଣିଷର,

ଶିକ୍ଷା ସ୍ଵାସ୍ଥ୍ୟ ଅବା ସମାଜ ବିଜ୍ଞାନ

ନାରୀ ପୁଣି ଯେ ଶିଶୁର।


ଶିଶୁ ହସିଲେ ଘର ହସିବ   

ହସି ଉଠିବ ଗାଆଁ,

ବିକାଶ ଯଦି ହୋଇବ ତାର   

ରଖିବ ଦେଶର ନାଆଁ ।


ନାରୀ ପରା ଏ ସୃଷ୍ଟିରେ

ସର୍ବଦା ବନ୍ଦନୀୟା

ସୃଷ୍ଟି କରେ ପୁଣି ବିନାଶ

ସେ ପରା ମାଆ ନାରୀର ବିକାଶ

ଆବଶ୍ୟକ କରିବା

ଆସ ଜାୟା ଜନନୀ ଭଗିନୀ

ଛୁଟେ ସଦା ତା ବାସ।


ସବୁ ବିକାଶ ପଛରେ ଥାଉ

ଜ୍ଞାନର ବିକାଶ ହେଉ,

ସଦଜ୍ଞାନ ବଳେ ମଣିଷ ମଣିଷକୁ

ଆପଣାର କରୁଥାଉ।


ବିଜ୍ଞାନ ବିକାଶ ବଳରେ

ମଣିଷ ବଳୀୟାନ,

ଗ୍ରହ ନକ୍ଷତ୍ରରେ କରିବ

ଆଜି ତା ବାସସ୍ଥାନ।


ହୁ ହୁ କରି ଆଜି ହେଉଅଛି

ଶିକ୍ଷାର ବିକାଶ ଜାଣ,

ଭାଷା ସାହିତ୍ୟର ବିକାଶ ପାଇଁ କି

ନଜର ଟିକିଏ ଆଣ।


ଜ୍ଞାନ ବଳରେ ବ୍ୟକ୍ତିର ବିକାଶ

ବିଜ୍ଞାନ ବଳରେ ଦେଶର ବିକାଶ

ସ୍ନେହ ଶ୍ରଦ୍ଧା ରେ ଶିଶୁର ବିକାଶ

ପ୍ରୋତ୍ସାହନରେ ସାହିତ୍ୟିକର ବିକାଶ।


ଶିକ୍ଷା ସ୍ଵାସ୍ଥ୍ୟ ଜ୍ଞାନ ବିଜ୍ଞାନ ଆଉ

ବ୍ୟକ୍ତି ଶିଶୁ ନାରୀ ଭାଷା

ବିକାଶ ହସି ଉଠିବେ ନରନାରୀ ଗଣ

ହସି ଉଠିବ ଦେଶ,ରହିବନି ହିଂସା ଦ୍ଵେଷ।


ବିକାଶ ନାଆଁରେ ବିନାଶକୁ ଆମେ

କରୁଅଛୁ ନିମନ୍ତ୍ରଣ,

ଏମିତି ବିକଳେ ବିକାଶ ହୋଇଲେ

ଜଗତେ ହୋଇବ ରଣ।


ବିକାଶ ତ ଏଠି ସଗର୍ବରେ ଚାଲେ

ସତ୍ୟ କାଳେ ହାରିଯାଏ,

ସତ୍ୟ ହାରିଗଲେ ବିକାଶ ଶବ୍ଦ

ଆପେ ଚୁପ ହୋଇଯାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action