STORYMIRROR

Mr.GAGAN BIHARI NAYAK

Romance Action Fantasy

4  

Mr.GAGAN BIHARI NAYAK

Romance Action Fantasy

ଏ ଅନ୍ଧାରେ ତୁମେ କିଏ

ଏ ଅନ୍ଧାରେ ତୁମେ କିଏ

1 min
321


ଏ ଅଂଧାରେ ତୁମେ କିଏ ।

ଲାଗେ ସତେହୀରା ଟିଏ ।

କାଉଁରୀ ଆଖିରେ ସତେ

ମନ ଚୋରୀ କରି ନିଏ।0।

 

ତା ଦେହର ଛୁଆଁ ଲାଗି

ବାଟ ଭୁଲେ ବସନ୍ତ ।

ଦେହ ତାତି ଭରିଦିଏ

ପ୍ରୀତି ଭରା ପୁଲକ ।।

ଓଠ ଧାର କାମନାର

କୂଳ ଛୁଇଁ ଛୁଇଁ ଯାଏ ।୧।


ତା କେଶ ତଳେ ଶର୍ବରୀ

ମୁହଁକୁ ଲୁଚାଇ ଦିଏ ।

ହୃଦୟ କଂପନେ ତାର

ପ୍ରୀତି ବର୍ଷା ଝରୁ ଥାଏ ।।

ନୀଶିଥର କାଳିମାରେ

ସତେ ନୀଳପରୀ ଟିଏ ।୨।

 

ଚମକ ଚପଳା ମନେ 

ଲକ୍ଷେ ଲାଜ ମରୁଥାଏ ।

ଓଦା ଓଦା ଓଠେ କେତେ

ମଧୂଭରା ପ୍ରୀତି ଥାଏ ।

ଅନୁରାଗ ଭରା ମନ

ଭାରି ଭାରି ଲାଗୁଥାଏ ।୩।


రచనకు రేటింగ్ ఇవ్వండి
లాగిన్

Similar oriya poem from Romance