STORYMIRROR

Mr.GAGAN BIHARI NAYAK

Horror Tragedy Classics

3  

Mr.GAGAN BIHARI NAYAK

Horror Tragedy Classics

ବୀରଙ୍ଗନା ଫୁଲୋ- ଝାନୋ

ବୀରଙ୍ଗନା ଫୁଲୋ- ଝାନୋ

1 min
190


କଥାଟିଏ ଶୁଣ କହୁଛି 

ବୋଲେ - ହୁଁ' ଟି......

ଆମ ଦେଶ ଆମ ମାଆ ଟି

ବୋଲେ - ହୁଁ ' ଟି......


ବୀରାଙ୍ଗନା ଜନ୍ମ ଦେଇଛି 

ଶତ୍ରୁ ସାଥେ ସିଏ ଲଢିଛି ।

ଇତିହାସ ମନେ ରଖିଛି...ବୋଲେ(୦)

ଭାରତୀ ମାତାର କନ୍ୟାଟି

ବିଦେଶୀ ସହିତ ଲଢ଼ିଚି

ଝାଡ଼ଖଣ୍ଡ ନାମ ରାଜ୍ୟଟି

ଭୋଗନା ଡିହି ତା ନାମଟି

ଫୁଲୋ-ଝାନୋ ନାମେ ଦୁଇଟି...

ଜନମି ଥିଲେ ସେ ବୀରାଟି

ଏକୋଇଶି ଜଣ ଗୋରା

ସିପାହୀଙ୍କୁ ହାଣିଥିଲେ ତାଙ୍କ ହାତେ ଟି... ବୋଲେ(୧)

ମହାଜନ ସୁଧକ୍ଷୋର ଟି

ବିଦେଶୀ ସହିତ ମିଶିକି

ଶୋଷଣ କଷଣ ଲଦିକି

ସାନ୍ତାଳ ପ୍ରଗଣା ଅତିଷ୍ଷ ହୋଇଲା...

ମୁକ୍ତି ଉଲ୍ଲଗୁଲାନ ଟି... ବୋଲେ (୨)

ସିଦ୍ଧୋ- କାହ୍ନୁ ଦୁଇ ବୀରଟି

ଚାନ୍ଦ ଓ ଭୈରବ ମିଳିକି ।

ତା ସାଥେ ମିଶିଲେ ଫୁଲୋ- ଝାନୋ ଦୁହେଁ

ବିପ୍ଳବୀ କିଶୋରୀ ଦୁଇଟି...ବୋଲେ(୩)

ଭାରତ ରାଷ୍ଟ୍ରୀୟ ସଂଗ୍ରାମ

ଏମିତି କରିଲେ ଆହ୍ବାନ

ପରିବାର ସାରା ଆହୁତି

ଦେଇଥିଲେ ଦେଶ ହିତେଟି

ହୁଲ୍ଲ କ୍ରାନ୍ତିର ପ୍ରଚାର...

କରିଥିଲେ ରାଜ୍ୟେ ପ୍ରସାର

ସୋଖୁଆ ଗଛର ପତର

ଉଲ୍ଲୁଗୁଲାନର ମନ୍ତର

ଗାଁ ଗାଁ ବୁଲି ପ୍ରଚାର କରିଲେ... ଫୁଲୋ- ଝାନୋ

 ଝିଅ ଦୁଇଟି...ବୋଲେ(୪)

ଝାଡ଼ଖଣ୍ଡ ସ୍ତ୍ରୀ ସେନା ଟି

ଗଠନରେ ଦୁଇ ଝିଅଟି

ବିଦେଶୀ ବିରୋଧ କରିକି

ଘୋଡା ପରେ ବସି ଘରର ବୁଲି।

ଲଢ଼ିବାକୁ କହୁଥିଲେ ଟି (୫)

ଗରିଲା ଯୁଦ୍ଧର ଡାକରା

ନିହତ ହେଲେ କେତେ ଗୋରା ।

ଆମଭାଇ କେତେ ଆମକୁ ନାଶିଲେ।

ବିଦେଶୀ କୁ ଦେଇ ସାହରା 

ଏଇ ଆମ ଦେଶ ଦ୍ରୋହ ଟି...ବୋଲେ(୬)


ଅଠର ଶହ ଛପନ ମସିହା

ଆଣିଦେଲା ଶେଷ ଡାକରା

ଯୁଦ୍ଧେ ଲଢି ଲଢି...

ବୀର ଗତି ପ୍ରାପ୍ତି ହୋଇଥିଲେ 

ଦୁଇ ଝିଅଟି...ବୋଲେ(୭)


ମାଆ ଭାରତର ପଣତେ

ବିଶ୍ରାମ ନେଲେ କେତେକେ

ଏ ଦୁଇ ଲଳନା ଦୁର୍ଦ୍ଦଶ ସେନା।

ବଳିପଡ଼ିଲେ ଦୁଇ କନ୍ୟାଟି...

ବୋଲେ(୮)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror