ମୋ ଦେଶ ସୈନିକ
ମୋ ଦେଶ ସୈନିକ
ମୋ ଦେଶ ସୈନିକ
ଦେଶ ରକ୍ଷା ପାଇଁ
ଛୁଇଁ ପାହାଡ଼ର ଚୁଡ଼ା ।
ବରଫ ଉପରେ ବୀର ଦର୍ପରେ।
ଅବିଶ୍ରାନ୍ତେ ହୋଇ ଛିଡା ।
ଜଗିଛନ୍ତି ଦେଶ ସୀମାନ୍ତରେ ରହି ।
ଆରାମରେ ଆମେ ଘରେ ଅଛୁ ଶୋଇ।
ପଡୋଶୀ ଆମର ହେଲେ ଯେତେ ଈର୍ଷା ।
ଆମ ବୀର ପରା ଆମର ଭରସା ।
ପାଦ ଛୁଇଁ ଆମ ଭାରତ ମାତାର।
ଶପଥ ନେଇଛି ପରା ।
ଆସୁ ଯେତେ ବାଧା ଜୀବନର ପଥେ ।
ନିଜ ଜୀବନକୁ ତେଜି ସେ ସଙ୍କଟେ ।
ପଛକୁ ଚାହିଁବା ନାହିଁ ତା ଯାତକେ ।
ମରେନି କେବେ ସେ ପରାଣ ଆତଙ୍କେ ।
ଶେଷ ରକ୍ତ ବିନ୍ଦୁ ନିଗାଡି ଲଢିଛି।
ପଥରେ ଦେହ ତା ଗଢା ।