STORYMIRROR

Mr.GAGAN BIHARI NAYAK

Action Fantasy Inspirational

4  

Mr.GAGAN BIHARI NAYAK

Action Fantasy Inspirational

ସମ୍ବିଧାନ ଜନକ

ସମ୍ବିଧାନ ଜନକ

1 min
299


ସଂସଦ ମନ୍ଦିର ମହା ଗ୍ରନ୍ଥାବଳୀ

ଭାରତର ସମ୍ବିଧାନ

ଉଣେଇଶ ଅଣଚାଶ ନଭେମ୍ବର ଛବିଶି ତାରିଖେ ଜନ୍ମ ।।


ଧନ୍ୟ ଶିଳ୍ପକାର କଲ ଉପକାର

ସାଧକ ହେ! ତପୋନିଷ୍ଠ

ଏକାନ୍ତେ ଏକାକୀ ବସି ରଚିଲ ଯା'

ବିଶ୍ଵ ଇତିହାସେ ଶ୍ରେଷ୍ଠ ।।


ନିଜ ଦେଶ ଗ୍ରନ୍ଥ ନିଜେ ଲେଖିଦେଲ ବିଶ୍ଵ କରେ ଧନ୍ୟ ଧନ୍ୟ

ରକ୍ଷାକବଚ ସେ ଦେଶ ହିତେ ସଦା

ଭାରତ ଅନୁଶାସନ ।।


ଦି' ବର୍ଷ ଏଗାର ମାସ ଅଠର ଦିନ

ଦିବସ ରଜନୀ ଜାଗି

ଲେଖିଲ ଦେଶର ଶ୍ରେଷ୍ଠ ସମ୍ବିଧାନ

ସବୁରି ସ୍ୱାର୍ଥକୁ ଭାବି ।।


ଯେଉଁ ଦେଶେ ଜାତିଗତ ଭେଦଭାବ

ସମ୍ପ୍ରଦାୟ ଭାଗ ଭାଗ

ଗୋଟିଏ ଗ୍ରନ୍ଥର ମହାମନ୍ତ୍ର ଦିଏ

ଶାନ୍ତି ମୈତ୍ରୀ ପ୍ରୀତି ଭାବ ।


ରାଷ୍ଟ୍ରପତି ଆଉ ପ୍ରଧାନମନ୍ତ୍ରୀଙ୍କୁ

ଅର୍ପଣ କଲ ହସ୍ତେ

ଦେଶର ନେତାଏ ପ୍ରଶଂସିତ କଲେ

ମୌଲାନା ଉପସ୍ଥିତେ ।।


ଲେଖିଲ ଦେଶର ମହାନ୍ ଗ୍ରନ୍ଥକୁ

ବାବା ଆମ୍ବେଦକର

ପ୍ରଜ୍ଞାଶୀଳବାନ ପ୍ରବୃଦ୍ଧ ନିପୁଣ

ସମ୍ବିଧାନ ଶିଳ୍ପକାର ।।


ଜ୍ଞାନର ପ୍ରତୀକ ହେଲ ବୁଦ୍ଧିସତ୍ବ

ସ୍ଥିତପ୍ରଜ୍ଞ ଶୀଳବାନ

ବିଶ୍ଵ ବିଦ୍ୟାପୀଠେ ପୂଜା ପାଉଅଛ

ତୁମ ପାଇଁ ଦେଶ ଧନ୍ୟ ।।


ବୁଝିଛି ଏ ଦେଶ ତୁମ ଲେଖନୀର

ମୂଲ୍ୟ ଯେ ଅତୁଳନୀୟ

ସମ୍ବିଧାନ ଦାନ ତୁମ ଶ୍ରେଷ୍ଠ ଦାନ

ତୁମେ ଚିର ବନ୍ଦନୀୟ ।।


ବିଶ୍ୱନାୟକ ଭାରତ ରତ୍ନ

ଜ୍ଞାନର ପ୍ରତୀକ ବାବା

ଢାଳିଦିଅ ତୁମ ଆଶିଷ ଏ ମୁଢେ

କରିବାକୁ ଲୋକ ସେବା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action