STORYMIRROR

Akshayakumar Dash

Action

3  

Akshayakumar Dash

Action

ତୁମ ଅପେକ୍ଷାରେ

ତୁମ ଅପେକ୍ଷାରେ

1 min
11.9K


ଏସନ ତମକୁ ସ୍ୱାଗତ କରୁଛି

ସବୁ ବର୍ଷ ପରି ଆସିବ ଯେମନ୍ତେ

ନୂଆ ରୂପ ଚନ୍ଦ୍ରିକା ତୋଳି

ତୁମେ ଆସିଲେ ମାଟି ବାସିବ

ହସିବ ପାଦପ ଲୋଟିବ ଦୃବାଦଳ

ବିଲ ବନ ଗିରି ମଣ୍ଡିତ ହେବ ସବୁଜିମା

ନୈସର୍ଗିକ ସୁଖସମ୍ପଦ ଭରିଦେଵ

ନଦୀରୁ ସାଗର ତଡାଗରୁ ପୁଷ୍କରିଣୀ

ଭରିଦେଵ ଆପ ପଞ୍ଚାମୃତ

ଆକାଶରେ ସମୁଦ୍ରର ଢେଉ 

ବୋଇତ ଭାସିବ ପ୍ରିୟା ଆସିବତ

ଆମ ଗାଁ ଦେଉଳି ଦେହରେ ଘଷିହେବ

ତୁମ ଦକ୍ଷିଣା ମାଗିବ ପୁଣି ଉତ୍ତରକୁ ଯିବ

ରାତିଦିନ ଉଜାଗର ବର୍ଷା ରାଣୀ

ନଈପାରି ହେବାପାଇଁ ନୌକା ବାହି ବାହି

ନାଉରିଆ ସାଜି ପାରିକରି ଦେବ

ତୁମ ଦେହର ରଙ୍ଗରେ 

ସବୁ ପଦାର୍ଥରେ କି ବସ୍ତୁରେ

ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପାଦନ ହେବ

ଏବେ ଆସିବା ବେଳକୁ

ଚାତକ କି ବନ ମୟୂରୀ ଚାହିଁଛି ତୁମକୁ

ବେଙ୍ଗ ବେଙ୍ଗୁଲୀଙ୍କ ରତି

ଲମ୍ପଟର ପରକୀୟା ପ୍ରୀତି

ନବ ବିଭା ରମଣୀ ଙ୍କ ଉଛନ ତରଙ୍ଗ

ଯୁବକରୁ ବୟସ୍କ ବି ଭାବରେ ପାଗଳ

ତୁମେ ଆସିବାକୁ

ବର୍ଷା ତୁମ ଅପେକ୍ଷାରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Action