STORYMIRROR

Akshayakumar Dash

Action Crime Inspirational

4  

Akshayakumar Dash

Action Crime Inspirational

କର୍ମ ଫଳ

କର୍ମ ଫଳ

1 min
248

ସାଧୁ ଗାଧୋଇଲେ ନଦି ଜଳେ

ବିଛା ଟିକୁ ଦେଖି ଜଳ ତଳେ

ପ୍ରାଣୀଙ୍କ ଉପରେ ଦୟା ଭାବ

ଅନ୍ତର ଭିତରେ ହେଲା ରାବ।

ଅଞ୍ଜୁଳାରେ ତାକୁ ଟେକି ଆଣି

ବିଛାଟି କାମୁଡି ଦେଲା ଜାଣି।

ଦୁଇ ତିନି ଜାଗା ଚୋଟ ମାରି

ଯନ୍ତ୍ରଣା ହୋଇଲା କ୍ଷତ ଭାରି।

ତଥାପି ପାଣିରୁ ଟେକି ଆଣି 

ବୁଦା ମୂଳେ ରଖିଦେଲେ ଜାଣି।

ବିଛା ଛାଡ଼ିଦେଇ ଆସି ମନ

ଅକାରଣେ ଦଣ୍ଡ ପାଏ ଜନ।

କାହାର କରିଲେ ଉପକାର

ନିଜର କ୍ଷତିତ ହେବା ସାର।

ଦେଖୁଥିଲା କୂଳେ ବଗ ବସି

ସାଧୁଙ୍କୁ କହିଲା ହସି ହସି।

ପର ଉପକାର କରି ଦଣ୍ଡ

ଚଲିବତ ହୋଇ ଗଲେ ଭଣ୍ଡ।

ଦେଖ ମଉନରେ ମାରେ ମୀନ

ଏହି କାମ ପେଟ ପୋଷେ ଦିନ।

ଗାଧୋଇ ଅଞ୍ଜୁଲେ ଜଳ ଧରି

ସୁରୁଜଙ୍କୁ ଜଳ ଦାନ କରି।

ବଗକୁ କହିଲେ ଶୁଣ ତେବେ 

ଉପକାର କରିଛ କି କେବେ?

ବିଛାର ପ୍ରକୃତି ଚୋଟ ଦେବା

ବୁଝେ ନାହିଁ ଉପକାର ହେବା।

ପ୍ରାଣୀଙ୍କ ଆରତ ଦେଖି କରି

ଉଦ୍ଧାର କରନ୍ତି ନରହରି।

ତଥାପି ମଣିଷ ନିନ୍ଦା କରେ

ଅପ କରମର ଫଳ ବରେ।

ବିଛାର କରମ ଫଳ ମତେ

ଭୋଗ କରିବାକୁ ହେଲା ସତେ।

ପ୍ରାଣୀଙ୍କ କରମ ଫଳ ମାନ 

କାହାଦ୍ଵାରା କରିବାଟା ଦାନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Action