STORYMIRROR

Akshayakumar Dash

Action Classics Inspirational

4.3  

Akshayakumar Dash

Action Classics Inspirational

ଦେବୀ ଗଙ୍ଗା

ଦେବୀ ଗଙ୍ଗା

1 min
365


ଦିନେ ଗଙ୍ଗା ମାତା ଶକ୍ତିକୁ ଦେବତା

ପରୀକ୍ଷା କରିଲେ ଆସି 

ଛେଳି ଚରାଳିର ଛଦ୍ମ ରୂପ ଧରି 

ପଥ କଡେ ଗଲେ ବସି।

ଅଗ୍ନି ଦେବବାସୀ ଅହଙ୍କାରେ ବର୍ଶି 

କିଏ ତୁରେ ବାର ନାରୀ,

ପଥ କଡେ ବସି ଯୌବନ ଦେଖାଉ

ଜାଳି ଦେବି ଯିବୁ ମରି।

ହସି କହେ ମାତା ଦେଖରେ ବିଧାତା

ତୋର ପରାକ୍ରମ ଶକ୍ତି,

ମୁଇତ ଅବଳା ତୃଣ ଟିକୁ ଜଳା

ପାଉ ହେଲେ ତୃଣ ମୁକ୍ତି।

ନଜଳିଲା ତୃଣ ହାରୀଗଲେ ରଣ 

ପରାସ୍ତ ହୋଇଲେ ଅଗ୍ନି 

ସାଧାରଣ ନୁହେଁ ଏହି ନାରୀ ଦିବ୍ୟ

ଜନନୀ କାର ଭଗିନୀ।

ବାୟୁ ଦେବ ପୁଣି ଉଡାଇବେ ଭଣି

ତୃଣ ନଗଲାଟି ଘୁଞ୍ଚି,

ଦେବ ରାଜ୍ ଇନ୍ଦ୍ର ଶକ୍ତି ପରୀକ୍ଷାରେ

ହାରିଗଲେ ଖେଳି ପୁଞ୍ଚି।

ଦେବତାଙ୍କ ଗର୍ବ ଅହଙ୍କାର ଦେଖି

ହସୁଥାନ୍ତି ଛାଗଧାରୀ,

ସାମାନ୍ୟ ତୃଣକୁ ଯୋଗ୍ୟ ନୁହଁ ତୁମେ 

ମୁଁ ଜଣେ ସାମାନ୍ୟ ନାରୀ।

ଛେଳି ଚରାଳିମୁଁ କ୍ଷୁଧାରେ ପୀଡ଼ିତ

ଦେଲନାହିଁ ଅର୍ଣ୍ଣ ଜଳ,

ଛୋଟ ତୃଣ ପାଖେ ହାରିଗଲ ଦେବ 

କାହିଁ ଗଲା ଦର୍ପ ବଳ।

ମନେ ବିଚାରିଲେ ନୁହେଁ ସାଧାରଣ

ଦେବୀ ମାୟା ଏହି ନାରୀ,

କୁହନ୍ତି ଦେଵତା ସ୍ୱରୂପକୁ ବତା

ବନ୍ଦନାର ଅଧିକାରୀ।

ତତକ୍ଷଣାତ୍ ମାତା ଗଙ୍ଗା ପଞ୍ଚଭୂତା

ଦିବ୍ୟଦେହେ ହେଲେ ଉଭା,

ଦେବତାଙ୍କ ଭ୍ରମ ଅହଙ୍କାର ତେଜି 

 ମନ୍ଦାକିନୀ ପାଦ ଧରି 

ବାରୀ ଧାରା ମାତା ପ୍ଲାବିତ ସରଧା

କ୍ଷମା ମାଗିନେଲେ ବରି।

ନାରୀ ଶକ୍ତି ପାଖେ ହାରଇ ପୁରୁଷ 

ମାତା ଗଙ୍ଗା ଉପାଖ୍ୟାନ,

ଆଜିର ସମାଜ ନାରୀଙ୍କୁ ସମ୍ମାନ

ପାଇଁ ଦେଇ ରଖୁ ଧ୍ୟାନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Action