STORYMIRROR

Akshayakumar Dash

Romance Action Inspirational

4.0  

Akshayakumar Dash

Romance Action Inspirational

ଚୋରା ଚାହାଣି

ଚୋରା ଚାହାଣି

1 min
44

ନାରୀର ଆଖିର କବିତା

ଅନୁରାଗ, ପ୍ରେମ, ପ୍ରୀତି ଅନ୍ତରଙ୍ଗ ଆଭା

ପୁଣି ଘୃଣା, କ୍ରୋଧ, ତାତ୍ସଲ୍ୟର ଝଡ

ଅତି ସହଜରେ ପଢ଼ିହୁଏ

ପ୍ରେମର ପରିଭାଷା।

ଆଖି କହେ କଥା

ଦେହ ଭୋଗ ଈଶାରା ଲାଳସା

ପୁରୁଷର ପୌରୁଷତ୍ବ ମାପି ଜାଣେ

କାମନାର ଅଗ୍ନି ନିର୍ବାପିତ

 ହିସ୍ର କାମୁକ ପ୍ରକୃତି

ଅନଭିଜ୍ଞ ଅସଂଜତ ଯୌନ ଚଞ୍ଚକତା

ଛଳନା ବାହାନା ଅନାବନା।

ନୀଳ ନୟନା ଉର୍ବଶୀ

ରୂପ ଅନୁପମ ଗୁଣ ଅଧିକ ବିଶ୍ବାସୀ

ଜହ୍ନ ପରି ପୂର୍ଣ୍ଣମୀର ରାତ୍ରି

ପ୍ରଭାତର ଆଲୋକ କଳ୍ପନା

ଆଗ୍ନେୟ ଗିରିର ଲାର୍ଭା

ମରୁଭୂମି ନିର୍ଝରଣୀ ଧାରା

ଯୋଗୀ ଋଷି ତପସ୍ୟାରେ ମାୟା

ଅବିଦ୍ୟା ରାଗିଣୀ।

ମୃଗୃଣୀ ନଜର

ମନ ତଳେ ଛନ ଛନ ଘାସ

ଚରିବାକୁ ଦୃବାଦଳ ଲୋଭ

ପୁଣି ଚଞ୍ଚଳ ସ୍ଵଭାବ

ଚାରି ଚକ୍ଷୁ ମିଳନ

ପଢ଼ି ଜାଣେ ସମ୍ଭୋହନ 

ଭେଣ୍ଡାକୁ ମେଣ୍ଢା କରି

ରତି କ୍ରୀଡା ପ୍ରତିଯୋଗିତାରେ

ମିଜର ବିଜୟ ଧ୍ଵଜା

ଦେହସୁଖ ଚରମ ଆନନ୍ଦ।

କଟାକ୍ଷ ନଜର ହାଣେ

କଂସେଇର ଅସ୍ତ୍ର

ଛେଦି ଦିଏ ମାଂସ

ନାରୀ କ୍ରୋଧ ଘଡଘଡି

ବାତ୍ୟା ବନ୍ୟା ଅବା ଅଂଶୁଘାତ

ସବୁ ଆଭା ଆଖିରେ ପ୍ରକାଶ

ଭେଣ୍ଡା ଠାରୁ ବୃଦ୍ଧ

ଶିଶୁ ଠାରୁ କିଶୋରବି

ପଢ଼ିପାରେ ଜଟିଳ ସହଜ

ସବୁ ନାରୀଙ୍କର

ଦେହ ଦେଉଳ ଭିତରେ

ପ୍ରତାପ ଈଶ୍ବରଙ୍କ ଲୀଳାର ମହିମା

ଯେଉଁ ଚକ୍ଷୁ ଆଦର ସତ୍କାର

ସେଇ ଆଖି ଈର୍ଷା ପରଶ୍ରୀ କାତର

 ପୁଣି ଡାହାଣୀ ନଜର

କିଏ ଦେଖେ ଦୁନିଆକୁ ଉପଭୋଗ

ମାୟା ମୋହର ମନ୍ଦିର।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Romance