STORYMIRROR

Prahallad Sahoo

Romance

3  

Prahallad Sahoo

Romance

ମୋ ପ୍ରିୟା ପାଇଁ ମୁଁ ଖୁସି

ମୋ ପ୍ରିୟା ପାଇଁ ମୁଁ ଖୁସି

1 min
132

ପାଖରେ ଶୋଇ କାନରେ କହି ଗେହ୍ଲା କରୁଥାଏ ଯିଏ

ଯୌବନେ ମନ ଦିଆ ନିଆ  

ପ୍ରୌଢରେ ପ୍ରଣୟୀ ପ୍ରିୟା 

ବୃଦ୍ଧ କାଳେ ତା ବିନା ଭରସା ଆଉ ହେବ ବା କିଏ !

ସମ୍ପର୍କ ପତି ପତ୍ନୀର ମିଛରେ ହେଉ ଅବା ସତରେ

ସକାଳେ ଯଶୋଦା ମାଆ 

ସଞ୍ଜରେ ଅଳସୀ ପ୍ରିୟା

ବୁଝିପାରେ ସ୍ୱାମୀ ଅନ୍ତର ଦୁଃଖେ ହେଉ ଅବା ସୁଖେ !!

ସାତ କଳଶ ବସାଇ ଆଠ ଦୀପ ଜଳେଇ ଆସିଛି ଯିଏ 

ବାଣ୍ଟିବାକୁ ସ୍ନେହ ମମତା

ରଚିବାକୁ ସଂସାର ପ୍ରଥା

ଦୁହିତା ଦୁଇ କୂଳକୁ ହିତା ଭୁଲିଯିବ ଅବା କେମିତି ସିଏ !!!

ଏହି ଜନମର ପତ୍ନୀ ସିନା ସିଏ ସାତ ଜନ୍ମର ସାଥିଟିଏ 

ମସିଣା ଉପରେ ଜାୟା

ମଶାଣି ପଛରେ ଛାୟା

ସାତଫେରି ନେଇ ପତ୍ନୀ ସାଜିଛି ସ୍ୱାମୀ ହିତେ ମୃତ୍ୟୁଯାଏ !!!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance