ମୋ ପ୍ରିୟା ପାଇଁ ମୁଁ ଖୁସି
ମୋ ପ୍ରିୟା ପାଇଁ ମୁଁ ଖୁସି
ପାଖରେ ଶୋଇ କାନରେ କହି ଗେହ୍ଲା କରୁଥାଏ ଯିଏ
ଯୌବନେ ମନ ଦିଆ ନିଆ
ପ୍ରୌଢରେ ପ୍ରଣୟୀ ପ୍ରିୟା
ବୃଦ୍ଧ କାଳେ ତା ବିନା ଭରସା ଆଉ ହେବ ବା କିଏ !
ସମ୍ପର୍କ ପତି ପତ୍ନୀର ମିଛରେ ହେଉ ଅବା ସତରେ
ସକାଳେ ଯଶୋଦା ମାଆ
ସଞ୍ଜରେ ଅଳସୀ ପ୍ରିୟା
ବୁଝିପାରେ ସ୍ୱାମୀ ଅନ୍ତର ଦୁଃଖେ ହେଉ ଅବା ସୁଖେ !!
ସାତ କଳଶ ବସାଇ ଆଠ ଦୀପ ଜଳେଇ ଆସିଛି ଯିଏ
ବାଣ୍ଟିବାକୁ ସ୍ନେହ ମମତା
ରଚିବାକୁ ସଂସାର ପ୍ରଥା
ଦୁହିତା ଦୁଇ କୂଳକୁ ହିତା ଭୁଲିଯିବ ଅବା କେମିତି ସିଏ !!!
ଏହି ଜନମର ପତ୍ନୀ ସିନା ସିଏ ସାତ ଜନ୍ମର ସାଥିଟିଏ
ମସିଣା ଉପରେ ଜାୟା
ମଶାଣି ପଛରେ ଛାୟା
ସାତଫେରି ନେଇ ପତ୍ନୀ ସାଜିଛି ସ୍ୱାମୀ ହିତେ ମୃତ୍ୟୁଯାଏ !!!!