STORYMIRROR

SUJATA DAS

Romance

4  

SUJATA DAS

Romance

ନୂଆ ବର୍ଷପାଇଁ ମୋ କବିତା

ନୂଆ ବର୍ଷପାଇଁ ମୋ କବିତା

1 min
406


ତୁମେ ଆସିବ ବୋଲି 

ଆମ ବାଡ଼ି ଆମ୍ବ ତୋଟା ମାଳେ 

କୁମ୍ଭାଟୁଆ ତୋଳୁଛି ମହ୍ଲାର 

 ଅହ ରହ ରଟୁଛି ସେ 

 ତୁମ ଆଗମନର ମଧୁର ରାଗିଣୀ !

ମାଘର ବାଘୁଆ ଶୀତ 

ବାଧକ ପାରିନି ସାଜି 

ଅଟକାଇ ପାରିନି ସେ 

ଉତ୍ସାହ ଉଦ୍ଦୀପନାର 

ଖୁସିର ଜୁଆର !

ଦୀପ ବାଣ ରୋଷଣୀ ଝାଡ଼ରେ 

ସୁସଜ୍ଜିତ ଆଲୋକ ମାଳରେ 

 ଦୁନିଆ ସାଜିଛି ଆଜି 

 ଅନୂଢ଼ା ଅଭିସାରିକା 

 ଚିକମିକ ରଙ୍ଗ ବେରଙ୍ଗ 

 ଗୋଲାପୀ ଓଢଣୀ ରେ !

 ତୁମେ ଆସିବ

 ପ୍ରିୟତମ ସାଜି 

 କେତେ ସୁନେଲି ସ୍ବପ୍ନ 

 ଆଶା କଳ୍ପନା ବିଶ୍ୱାସକୁ 

 ଉପହାର ମାଳା ଗୁନ୍ଥି 

 ଢାଳି ଦେବ ମୋ ପଣତରେ 

 ଭରିଦେବ ହସର ଜୁଆର, 

 ହରା ଭରା ଚୁନା ଚୁନା 

 ଖୁସିର ଫସଲ !

ମୋ ଅଗଣାରେ 

 ମାଳତୀ କୁଞ୍ଜରେ 

 ପେଂଥି ପେଂଥି ଫୁଲ ର ବଳୟ 

 ତୁମରି ସ୍ୱାଗତ ପାଇଁ 

 ଖିଲି ଖିଲି ହାସେ ଗେଣ୍ଡୁ 

 ଗୁନ୍ଥିଛି ଗଜରା, 

 ସାରାରାତି ଉଜାଗରେ 

 କେତେ ଉଦ୍ଦୀପନା ଭରେ, 

 ଭିଜା ଭିଜା ମନ ତଳେ 

 ସୀମାହୀନ ଆଶା 

 ଅସୁମାରୀ କଳ୍ପନାର ସୁଅ, 

 ତୁମେ ଆସିବ, ବଦଳିବ ସବୁ 

 ଢାଳି ଦେବ ନୂତନ କିରଣ 

 ହସାଇବାକୁ ଏ ସାରା ଜଗତ

 ସାଙ୍ଗେ ନେଇ ଋତୁ ରାଣୀ 

 ଶ୍ରାବଣ ସାଥେ ନହୁଲୀ ଫଗୁଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance