STORYMIRROR

SUJATA DAS

Romance Classics

4  

SUJATA DAS

Romance Classics

ଚିତା ×××××××

ଚିତା ×××××××

1 min
1

ଚିତା
************
*************
ଆକାଶଟା ଆଜି
     ନୀରବ ନିଶ୍ଚଳ
         ଚାରିଦିଗ ଧୂଆଁମୟ
ପୋଡି ଯାଉଛି କି
    କେଉଁ ବିରହୀର
        ଆତ୍ମା ଅଥବା ହୃଦୟ.

ଟୁପଟାପ ଝରେ
     ଲୁହ ଟୋପା ସବୁ
         କାକରର ରୂପ ନେଇ
ଚୁପ ଚାପ ଜଳେ
    ଆତ୍ମାର ଦୀପାଳି
       ଯନ୍ତ୍ରଣାରେ ଦଗ୍ଧ ହୋଇ.

କୁହୁଳି କୁହୁଳି
    ପାଉଁଶ ଧୂଆଁରେ
        ଅସ୍ପଷ୍ଟ କାତର ସ୍ୱର,
ଲହୁ ପାଲଟଇ
     ଲୁହର ଝରଣା
        ଅଦୃଶ୍ୟ ଯନ୍ତ୍ରଣା ଝର.

ଶୂନ୍ୟ ପଥଧାରେ
      ହଜେ ପରିଚୟ 
        ଅସ୍ୱଚ୍ଛ ତା ପ୍ରତିଛବି
ଅଙ୍ଗାର ଡହରେ
    ଜଳେ ତନୁ ମନ
       ଅସ୍ତମିତ ପ୍ରାଣରବି.

ଆଉଟା ନିଦର
   ଲେଉଟା ସ୍ବପ୍ନରେ
          ଅତୀତଟା ଉଠେ ହସି
ତରଳେ ହୃଦୟ
    ଆତ୍ମା ହୁଏ ଲୀନ
          ଶୂନ୍ୟତାରେ ଯାଏ ମିଶି.

ସୁଜାତା ଦାସ
ବାଲେଶ୍ୱର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance