ଅଭିପ୍ସା *******
ଅଭିପ୍ସା *******
ଅଭିଳାଷ
××××××××××
ଆଖି ପଲକରେ
ରଖିଥିବ ମତେ
ହୃଦୟେ ନ ହେଲେ ନାହିଁ
ଝୁରିବନି ମତେ
ଝୁରିହେଲେ ପରା
ଲୁହ ହୋଇ ଯିବି ବହି l
ସାଥୀ ନୁହେଁ ସିନା
ସାଥେ ସାଥେ ଥିବି
ଅଦୃଶ୍ୟ ଛାଇଟେ ହୋଇ
ଭୁଲିଯିବ ଯଦି
ଛାଇକୁ ଦେଖିଲେ
ଜୀବନ୍ୟାସ ଯିବି ପାଇ l
ସପନରେ କେବେ
ରଖିବନି ମତେ
ରାତି ଶେଷେ ଯିବି ଚାଲି
ନିଦ ଭାଙ୍ଗିଗଲେ
ସ୍ୱପ୍ନ ତୁଟି ଯିବ
ବ୍ୟଥା ରହିଯିବ ଖାଲି l
ଭାବରେ ନ ହେଲେ
ଶବ୍ଦରେ ଅଳପ
ଦେଉଥିବ ମତେ ଯୋଡି
ନାୟିକା ନ ହୁଏ
ଭାବର ମାଧୁର୍ଯ୍ୟ
ମୋ ସ୍ପର୍ଶରେ ଯିବ ବଢ଼ି l
ହୃଦୟ ସ୍ପନ୍ଦନେ
ନ ରଖିଲେ ନାହିଁ
ପବନରେ ଭାସୁଥିବି
ପ୍ରଶ୍ୱାସ ବାୟୁରେ
ଅମ୍ଳଜାନ ହୋଇ
ନୀତି ଆତ୍ମା ଛୁଇଯିବି l
କ୍ଷୀର ସାଥେ ନୀର
ମିଶିଲା ପରିକି
ତୋ ଆତ୍ମାରେ ମିଶିଯିବି
ମାପିବାକୁ ଚାହିଁ
ମାପି ପାରିବୁନି
ଏମିତି ମୁଁ ହଜିଯିବି l
ସୁଜାତା ଦାସ
ବାଲେଶ୍ୱର

