ଗୋପନ ଇଚ୍ଛା
ଗୋପନ ଇଚ୍ଛା
🌹🌹🌹🌹🌹🌹🌹🌹
🌹🌹🌹 ଗୋପନ ଇଚ୍ଛା 🌹🌹🌹
🌹🌹🌹🌹🌹🌹🌹🌹
କୁଆଁରୀ ବୟସେ,,,,
ଇଚ୍ଛା ଥିଲା ମନେ,,,,
ଗୋପନେ ହୃଦୟେ ମୋର,
ଜୀବନ ସାଥିଟିଏ,,,,,
ହୁଅନ୍ତେ କି ମୋର,,,,,
କେହିଜଣେ କବିବର l🌹🌹🌹
ସୂର୍ଯ୍ୟ, ଚନ୍ଦ୍ର, ତାରା,,,,,
ଫୁଲ, ପ୍ରଜାପତି,,,,
ସମୁଦ୍ରର ତରଙ୍ଗରେ,
ମୋ ଛବି ଆଙ୍କନ୍ତେ,,,,
ଇନ୍ଦ୍ରଧନୁ ରଙ୍ଗେ,,,,,
ତୁଳୀ ଧରି ଆକାଶରେ l🌹🌹🌹
ଘନ ମେଘ ମାଳେ,,,,,
ସଜାନ୍ତେ କବରୀ,,,,,
ତାରାଙ୍କୁ ଗଜରା ହାର,
ବେଳାଭୂମି ପରେ,,,,,
ମୋତିର ମହଲ,,,,,,
ଜହ୍ନରେ ତୋଳନ୍ତେ ଘର l🌹🌹🌹
ନନା ଅଳଙ୍କାରେ,,,,,
ଉପମା ଝଙ୍କାରେ,,,,,
କେତେ କଥା ଦ୍ୟନ୍ତେ ଲେଖି,
ଅପୂର୍ବ ବର୍ଣ୍ଣନା,,,,
ମିଠା ଶିହରଣେ,,,,,
ଲାଜରେ ଭିଜନ୍ତା ଆଖି l, 🌹🌹🌹
ପୂର୍ଣ୍ଣମୀ ରାତିରେ,,,,,
ଜୋଛନାରେ ଭିଜି,,,,,
ମୋ ହାତରେ ହାତ ଛନ୍ଦି,
କୁହନ୍ତେ,, ନୁରୀ ଗୋ,,,,,
ମୋ କାବ୍ୟ ନାୟିକା,,,,,
ହୃଦୟ ତୁମଠି ବନ୍ଦୀ l🌹🌹🌹
ଅଭିମାନେ ଜହ୍ନ,,,,,
ଚାଲିଯାନ୍ତା ଦୂରେ,,,,,
ହୃଦୟରେ ଇର୍ଷା ଭରି,
ବାରମ୍ବାର ଆସି,,,,
ଲୁଚିକି ଦେଖନ୍ତା,,,,,
ଷୋଳ ଶିଙ୍ଗାରରେ ପୁରି l🌹🌹🌹
କବିମାନେ ବନ୍ଧା,,,,,
ଜହ୍ନର ପ୍ରଣୟେ,,,
ରଚିଥାନ୍ତି କେତେ ଗାଥା,
ନନା ଉପମାରେ,,,,
ଶବ୍ଦ ସମ୍ଭାରରେ,,,
ଲେଖନ୍ତି ହୃଦୟ ବ୍ୟଥା l🌹🌹🌹
ମୋ କବି ହୃଦୟ,,,,,
ଖୋଜେନାହିଁ ତାକୁ,,,,
ଉଦାସେ ଯାଆନ୍ତା ଲୁଚି,
ନୁରୀ,,, କାବ୍ୟ ନାରୀ
ଜହ୍ନଠୁ ସୁନ୍ଦରୀ,,,,,
କାହାଣୀ ଯାଆନ୍ତା ରଚି l🌹🌹🌹🌹
🌹🌹🌹🌹 ସୁଜାତା ଦାସ 🌹🌹🌹
🌹🌹🌹 ବାଲେଶ୍ୱର 🌹🌹🌹

