STORYMIRROR

Narayan Sethi

Abstract Romance Inspirational

5  

Narayan Sethi

Abstract Romance Inspirational

ଶୀର୍ଷକ :ସେଇ ଝିଅ ଟି

ଶୀର୍ଷକ :ସେଇ ଝିଅ ଟି

2 mins
649


ସେଇ ଝିଅ ଟି......

ଅଳପ ଟିକିଏ ହସି ଦେଇକି ସେ ଚାଲିଯାଏ ନୀତି

ତା ଆଖି ର ଚାହାଣୀ କୁ ଦେଖି ମୁଁ

ବସି ରହିଯାଉଥାଏ ଭାବନା ରାଇଜରେ ଗୁମୁ ସୁମ

କେଜାଣି କାହିଁକି ମନେ ହେଉଛି ସେ ହିଁ ଯେମିତି ମୋର ଶ୍ରୀମତୀ

ସେଇ ଝିଅ ଟି....

ସତେକି ସେ ଆକାଶ ରୁ ଓହ୍ଲାଇ ଆସିଛି ପରି ଟେ ହୋଇ

ମୋ ମନ ହୃଦୟ କୁ ତା ପାଖକୁ ଟାଣି ନେଉଛି

କେଜାଣି ସେ ଏତେ କାହିଁକି ମନେ ମୋର ଆସିଯାଉଛି

ଲାଗୁଛି ଯେମିତି ସେ ମୋ ପୂର୍ବ ଜନମ ର ସାଥି ଟି

ସେଇ ଝିଅ ଟି.....

ଆଖି ର ଚାହାଣି ରେ ମୋତେ ବନ୍ଦୀ କରିଛି

ଦିବା ହଉ ଅବା ରାତିରେ ସେ ମୋ ସପନେ ଆସୁଛି

ଚାଲିରେ ତାର ପଦ୍ମ ଫୁଟୁଛି ହସ ରୁ ଝରୁଛି ମଲି

ସେଇ ଝିଅ ଟି....

ନୀତି ସେଇ ବାଟେ ଯାଏ ମତେ ଥରେ ନିଚୟ

କଣେଇ କଣେଇ ଚାହିଁଦିିଏ ମୁରୁକି ହସି ଦେଇ ଚାଲିଯାଏ

ସତେ ଯେମିତି ସେ ମୋର ଅତି ପ୍ରିୟ ର ଶ୍ରୀମତୀ

ସେଇ ଝିଅ ଟି......

ସକାଳୁ ସକାଳୁ ମନ୍ଦିର ଯିବା ରାସ୍ତା ରେ ତାର

ଦେଖା ହୋଇଗଲା ମୋ ସାଥିରେ

ସଜ ଗୋଲାପି ରଙ୍ଗ ର ଶାଢ଼ୀ ଟିଏ ପିନ୍ଧି

ମୋତେ ଇସାରା କରିଦେଲା ତା ଓଠରେ

ସେଇ ଝିଅ ଟି ......

ମୁଁ ତାର କଥା କୁହା ଆଖି କୁ ଦେଖି

ଠିଆ ରହିଗଲି ସେଇ ରାସ୍ତା ରେ

ମୋ ହୃଦୟ ର ରାଣୀ ସେ ମୋ ଘରଣୀ

ବୋଧେ ତା ଆଖିରେ ଥିଲା କଳା ଯାଦୁ ର ଚାହାଣୀ

ସେଇ ଝିଅ ଟି....

ସତେ ଚାନ୍ଦ ପରି ଲାଗୁଥିଲା ତା ମୁହଁ ଟି

ଆଉ ସେ କଥା କହିଲା ବେଳେ

ତାଙ୍କ ଓଠରେ ଏକ ନିଆରା ହସ ହସ ମୁହଁ

ସତେ ଯେମିତି ମୋତେ ତାଆରୀ ପାଖକୁ ଟାଣି ନେଉଛି

ସେଇ ଝିଅ ଟି...

ଅମାନିଆ ମନ ଟା ତାକୁ ଦେଖିବାକୁ

ନୀତି ଖୋଜୁଥିଲା ଅନେକ ବାହାନା

ପ୍ରତି ମୁହୂର୍ତ ରେ ଏଇ ମନଟା

ତୁମ ପ୍ରିତି କୁ ଅନୁଭବ କରିବାକୁ ଇଚ୍ଛା କରୁଥିଲା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract