STORYMIRROR

Narayan Sethi

Comedy Romance Others

3  

Narayan Sethi

Comedy Romance Others

ତୁମ ଅପେକ୍ଷା ....???

ତୁମ ଅପେକ୍ଷା ....???

1 min
326


ନୁଆଁ ନୁଆଁ ପ୍ରେମ ଥିଲା ...........

ପୁଣି ତୁମେ ଜାଣିଥିଲ ମୋତେ ନା ମୁଁ ତୁମକୁ

ତୁମ ବୟସ ମୋ ବୟସ ଏକା ଥିଲା

ପୁଣି ତୁମେ ଥିଲ ଭାରି ସୁନ୍ଦର ଆଉ ତୁମ

ହସ ହସ ଚେହେରା ତା ସାଙ୍ଗକୁ ତୁମ ଚାହାଣୀ

ମୋତେ ନେଉଥିଲା ତୁମରି ପାଖକୁ ଟାଣି...!!

ନୀତି ଅପେକ୍ଷା କରୁଥିଲି ତୁମ ଆସିବା ବାଟରେ

ପୁଣି ଭାବୁଥିଲି ନୀତି ରାତିର ଗାଢ଼ ଅନ୍ଧାରରେ...!!

କେଜାଣି କାହିଁକି ତୁମେ

ଆପଣାର ମେନେ ହେଉଥିଲା ଅତି

ଭୁଲିବା ତ ଦୂରର କଥା

ମୁଁ ପ୍ରତି ମୁହୂର୍ତ୍ତରେ ତୁମକୁ ଝୁରୁଥିଲି...!!

ଏମିତି କିଛି ଦିନ ଗଲା ପରେ

ତୁମେ ମୋତେ ତୁମ ଖୁସିରୁ

ମୋତେ ଦେଲ ଟିକିଏ ଖୁସି

ଆଉ ତୁମ ଭଲ ପାଇବା

ମୋତେ ଦେଲ ଯାଚି

କୁଆଁରୀ ବୟସ ତୁମ


ମୁଁ ପୁଣି କୁଆଁରା ବେଶ

ପ୍ରେମ ପୀରତି ଦିନ ହେଉ ଅବା କି ରାତି ...!!

ଏମିତିରେ ବି

ମୋବାଇଲ ଫୋନ ର ଯୁଗ

ଦେଲ ତୁମେ .....

ତୁମ ଯୋଗାଯୋଗର ଦଶ ସଂଖ୍ୟକ ନମ୍ବର

କିଛି ଦିନ ବେଶ ଭଲ ଥିଲା

କିନ୍ତୁ ପରେ ପରେ.....

ମୋ ମୋବାଇଲ ଡାଏଲ କରିବା ପରେ

କେବଳ ଆସୁଥିଲା ଗୋଟେ ଝିଅ ର ସ୍ୱର

ଏହି ନୁମ୍ବର ଟି ବର୍ତ୍ତମାନ ଅନ୍ୟ କଲ ରେ ବ୍ୟସ୍ତ..!!

ଏଠି ସବୁ ଅସଜଡ଼ା ହେଲା

ଜୀବନର ପ୍ରେମ କାହାଣୀ

ଧୀରେ ଧୀରେ ତୁ ମୋତେ

ଏକା କରି ହେଲୁ ଆଉ କାହାରି

ଆଜି ବି ଭାବୁଛି କାହିଁକି

ଆସିଥିଲୁ ଜୀବନେ ମୋହରି ......!!

କଣ ଆଉ ମୁଁ ଫେରିପାରିବିକି

ପୁରୁଣା ଦିନକୁ ଝୁରି

କେମିତି ଏ ସମ୍ପର୍କ ଆଉ

ଏ ପବିତ୍ରତାରେ କେମିତି ହେଲା ଧୋକା

ଆଉ ପାଇବାର ଆଶା

ରଖିବି ନା ଆଉ ତୁମର ଅପେକ୍ଷା...........!!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy