ସଂସ୍କୃତି ଗଲାଣି ହଜି
ସଂସ୍କୃତି ଗଲାଣି ହଜି
ସଂସ୍କୃତି ଗଲାଣି ହଜି
ସଭ୍ୟତା ଆମର ହେଲାଣି ପୁରୁଣା
ସଂସ୍କୃତି ଗଲାଣି ହଜି
ହବିଷ ଜନ୍ତାଳ ହଜିତ ଗଲାଣି
ହେଉ ଅଛି ବଣଭୋଜି ।
ଭାଗବତ ପାଠ ହେଉ ନାହିଁ ଆଉ
ନାହିଁ ଭାଗବତ ଟୁଙ୍ଗୀ
ଠାକୁର ଆଗରେ ନାଚ କରିଲେଣି
ଉଠେଇ ନିଜର ଲୁଙ୍ଗି ।
ଦାସକାଠିଆ ପାଲା ହେଉନି ଆଉ
ଚକୁଳିଆ ପଣ୍ଡା କାହିଁ
କାଆଁ ଭାଆଁ ଏବେ ଦିଶନ୍ତି ଏମାନେ
ଆଗପରି ଆଉ ନାହିଁ ।
ଝୋଟି ପଡୁନାହିଁ ପୂଜା ପରବରେ
ନାହିଁ ଆଉ ମାଟି କାନ୍ଥ
ଭଣ୍ଡ ବାବାଙ୍କର ଉତ୍ପତ୍ତି ହୋଇଛି
କାହିଁ ସେହି ସାଧୁ ସନ୍ଥ ।
ଲୁଚାଛପା ପ୍ରେମ କିବଶେ କରୁଛି
କରି ପୁଣି ଏତେ କଷ୍ଟ
ଆଜିକାଲି ପରା ପ୍ରେମର ନାମରେ
ଷଷ୍ଠ ରୁ ହେଲେଣି ନଷ୍ଟ ।
ଶୁଭୁନାହିଁ ଗୀତ ବଉଳ ବେଣୀର
କୁମାର ପୂର୍ଣ୍ଣିମା ଦିନ
ସ୍ୱାମୀ ଶାଶୁ ସେବା ହୋଇଲାଣି ଏବେ
ସବୁ କାଳେ ମୂଲ୍ୟହୀନ ।
ଯେତେ ଆଧୁନିକା ହେଉ ଅଛ ହୁଅ
ସେଥିପାଇଁ ମନା ନାହିଁ
ଭୁଲି ଯାଅ ନାହିଁ ସଭ୍ୟତା ସସ୍କୃତି
ଆଧୁନିକ ଦ୍ୱାହି ଦେଇ ।