STORYMIRROR

Prasant Kumar Nath

Inspirational Others

4  

Prasant Kumar Nath

Inspirational Others

ମାଆ ପରି କିଏ ହେବ

ମାଆ ପରି କିଏ ହେବ

1 min
595


ମାଆ ପରି କିଏ ହେବ

ଋଷି ଯାଇଥିଲେ ଧନ ସୁନା କହି

କିଏ ଆଉ ଖୋଇଦେବ ।

ସ୍ନେହ ଡୋରେ ବାନ୍ଧିଥିବ,

ଝୁଣ୍ଟି ପଡୁଥିଲେ ଆହା ବୋଲି କହି

କୋଳେଇ ସେ ନେଉଥିବ 

     ମାଆ ପରି କିଏ ହେବ  ।।।


ସବୁ ଦୁଃଖ ସହୁଥିବ

ଉପାସ ଭୋକରେ ନିଜେ ରହି ସିଏ

ଆମ ସେବା କରୁଥିବ।

ଅନିଦ୍ରାରେ ରହୁଥିବ,

ନିଦ ନଆସିଲେ ଆମରି ଆଖିକୁ

ଗପ ସିଏ କହୁଥିବ

     ମାଆ ପରି କିଏ ହେବ  ।।।


ନିଜେ ଛିଣ୍ଡା ପିନ୍ଧୁଥିବ

ଆମ ମନ ଜାଣି ନୂଆ ନୂଆ ଜାମା

କିଣି ଆଣି ଦେଉଥିବ।

ମିଠା କଥା କହୁଥିବ,

ଘଡ଼ିଏ ଯା'ଠାରୁ ଦୂରେଇ ରହିଲେ

ଆଖି ତାର କାନ୍ଦୁଥିବ

     ମାଆ ପରି କିଏ ହେବ  ।।।


ଅଭାବରେ ରହୁଥିବ

ହେଲେ ଆମ ପାଇଁ କେତେ ସରାଗରେ

କୁମ୍ପିରେ ଯେ ସଞ୍ଚୁଥିବ ।

ନିଜେ ପଛେ କାନ୍ଦୁଥିବ,

ହେଲେ ଆମ ଓଠେ ହସ ଦେବା ପାଇଁ

ଶତ ଚେଷ୍ଟା ତାର ଥିବ

     ମାଆ ପରି କିଏ ହେବ  ।।।


ସବୁବେଳେ ବ୍ୟସ୍ତ ଥିବ

ହେଲେ ଆମ ପାଇଁ ସମୟଟା ସିଏ

ଯେମିତିବି କାଢୁଥିବ ।

ଆମ କଥା ଭାବୁଥିବ,

ଥଣ୍ଡା ଅବା ଜର ହେଇଗଲେ ଟିକେ

ଆଖି ତାର ଭିଜୁଥିବ

     ମାଆ ପରି କିଏ ହେବ  ।।।


ସବୁ କଷ୍ଟ ସହୁଥିବ

ଆମକୁ ସାମାନ୍ୟ କଷ୍ଟ ହେଲେ ଟିକେ

ଆଘାତ ଯେ ପାଇଥିବ ।

ମମତାର ବାନ୍ଧିଥିବ,

ଜୀବନରେ ସିଏ ହାରିବନି କେବେ

ମାଆଟେ ଯାହାର ଥିବ

     ମାଆ ପରି କିଏ ହେବ  ।।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational