ଯଦି ତୁମେ ଫେରିବ
ଯଦି ତୁମେ ଫେରିବ


ମୋତେ ଛାଡ଼ି ସିନା ଆଉ କାହା ସାଥେ
ସଂସାର ତୁମର ଗଢ଼ିବ
ହେଲେ ତୁମ କଥା ଭାବି ଭାବି ପ୍ରିୟା
ଆଖିରୁ ମୋ ଲୁହ ଗଡ଼ିବ ।
ମୋ ଆଖିରେ ଲୁହ ଦେଲାପରେ ପ୍ରିୟା
ତୁମେ ଯଦି ହସି ପାରିବ
ତୁମ ଖୁସି ପାଇଁ ଯେତେ କଷ୍ଟ ଦେଲେ
ସବୁତ ମୋପାଇଁ ଚଳିବ ।
ତୁମକୁ ମୁଁ ପ୍ରେମ କଲାପରେ ଯଦି
ମୋ ସାଥେ ଛଳନା କରିବ
ଭାବୁଛକି ତୁମେ ମୋର ଏ ହୃଦୟ
ତୁମକୁ ସହଜେ ଭୁଲିବ ।
ହାତ ମୋର ଛାଡି ଆଉ କାହା ସାଥେ
ତୁମେ ଯଦି ବାଟ ଚାଲିବ
ତଥାପି ଏହାତ ଥିବ ତୁମ ପାଖେ
ଯଦି କେବେ ଝୁଣ୍ଟି ପଡିବ ।
ଜୀବନରେ କେବେ ବାଟବଣା ହେଲେ
ମନ ଯଦି ମୋତେ ଝୁରିବ
ସେବେବି ତୁମକୁ କରିବି ସ୍ୱାଗତ
ଯଦି କେବେ ତୁମେ ଫେରିବ ।