STORYMIRROR

Gangotri Priyadarshini

Abstract Romance Classics

5  

Gangotri Priyadarshini

Abstract Romance Classics

ପ୍ରେମ

ପ୍ରେମ

1 min
523

  

ପ୍ରେମ ଛାତି ତଳେ ବିଜୁଳି ଭଳି ଧାରେ ଚମକ 

ଆଖିର ଅପେକ୍ଷା ହୃଦୟରେ ପ୍ରତିଶ୍ରୁତିର ମହକ 

ଦୁଇ ପ୍ରାଣ ଏକ ହେବା ଆବେଗର ସ୍ବପ୍ନିଳ ଆମନ୍ତ୍ରଣ

ଜାଗ୍ରତ ଥାଇ ଭାବନାରେ ପ୍ରତିକ୍ଷଣ ହଜିବା ଲକ୍ଷଣ ।


ରାତ୍ରୀ ଉଜାଗରେ ଯନ୍ତ୍ରଣା ପାଇ ନପାଇବାର ବେଦନା

ଅଦିନେ ମଲ୍ଲୀର ମହକ କୁଆଁରୀ ଦେହର ପୁଲକ କାମନା

ମନ ଖୋଜୁଥାଇ ପ୍ରେମ ମିଳନ ଅନ୍ତରେ ନୀରବ ଜ୍ଵଳନ

ପ୍ରେମ ସାଜି ଥାଏ ବ୍ୟଥା ବିରହ ବ୍ୟାକୁଳ ପରାଣ ।


ପ୍ରେମ ପ୍ରାପ୍ତ ହେଲେ ଶାନ୍ତ ଜୀବନ ଅପ୍ରାପ୍ତିରେ କଷ୍ଟ ଗହନ

ପ୍ରେମ ଚିରନ୍ତନ ସତ୍ୟ ଶାଶ୍ଵତ ମୟୁରୀ ଝୁରେ ଯେହ୍ନେ ଜିମୁତ 

ମିଳନ ରେ ସୃଷ୍ଠ ଅପୂର୍ବ ଝଙ୍କାର ପ୍ରେମୀ ମନ ତଳ ମଲ୍ହାର

ପ୍ରେମ ବିନା ଶୂନ୍ୟ ଏହି ସଂସାର ପ୍ରେମ ଅମୃତ ପାରାବାର ।


ପ୍ରେମ ପ୍ରଣୟକୁ ମାନବ ପ୍ରକୃତି ଦେଇଥାଇ ହୃଦୟରୁ ସ୍ଵୀକୃତି

ଆତ୍ମାର ମିଳନେ ସଜାଏ ସୁହାଗେ ଚିର ସୁନ୍ଦର ପ୍ରତିକୃତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract