STORYMIRROR

Gangotri Priyadarshini

Action Fantasy

4  

Gangotri Priyadarshini

Action Fantasy

ତୁମେ ମୋ ପାଇଁ

ତୁମେ ମୋ ପାଇଁ

1 min
316

ତୁମେ ମୋ ଭିତରର ଶୁନ୍ୟସ୍ଥାନ କରିଅଛ ପୂର୍ଣ୍ଣ

ତୁମେ ମୋ ପ୍ରାଣ ସତ୍ତାକୁ କରିଅଛ ଅକ୍ତିଆର

ତୁମେ ଧାଉଁଥାଅ ମୋ ବିଶ୍ୱାସ ହେଇ ପ୍ରତି ତନ୍ତ୍ରୀରେ

ଅଛୁଆଁ, ଅଶରିରୀ ସ୍ମିତ ହାସ୍ୟ ସାଜି ଗୋପନରେ।


ଜାଣିନି ତୁମେ ମୋ ପାଶେ ଫେରିବ କି ନାହିଁ

ମୁଁ କିନ୍ତୁ ମୋ ଶେଷ ଯାଏ ରହିଥିବି ତୁମ ବାଟ ଚାହିଁ

ଜାଣିନି ମୁଁ ତୁମ ପାଇଁ କିଛି ଗୁରୁତ୍ଵ ରଖେ କି ନାହିଁ

ମୁଁ କିନ୍ତୁ ତୁମ ଭାବନା ଵ୍ୟତିରେକ କିଛି ଜାଣେ ନାହିଁ ।


ତୁମେ ମୋ ସୁସୁପ୍ତ ଆଶ ଅମୃତ ବେଳାର ସ୍ପର୍ଶ

ତୁମେ ମୋ ଲାଗି ବୈଶାଖର ଶେଷ ଶୋଷ

ନିତି ଇଚ୍ଛା ହୁଏ ହଜୁଥିବି ତୁମ ଭାବନାରେ

ତୁମେ ପୂର୍ଣ୍ଣଛେଦ ଟିଏ ମୋର ସବୁ କାମନାରେ ।


ତୁମେ ମିଠା ଗୀତ, ତୁମେ ମୋର ସବୁ ସମ୍ଭାବନା

ଏତେ ଅବୁଝା ମୁଁ ଜାଣେନି କେମିତି ବଞ୍ଚିବି ତୁମ ବିନା

ତୁମେ ଭରିଛ ଜୀବନେ ମୋହର କେତେ ରଙ୍ଗ

ତୁମ ସ୍ୱପ୍ନରେ ବିଭୋର ମୁହୂର୍ତ୍ତ ମୋପାଇଁ ଅନ୍ତରଙ୍ଗ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action