STORYMIRROR

Mr.GAGAN BIHARI NAYAK

Romance Action Inspirational

4  

Mr.GAGAN BIHARI NAYAK

Romance Action Inspirational

ପ୍ରିୟା ମୋ ଅଳସୀ ନଈ

ପ୍ରିୟା ମୋ ଅଳସୀ ନଈ

1 min
334

ଅଳକା ନଈର ଅଳସୀ ସୁଅରେ

ଭାସିଗଲି ଯେବେ ଥରେ ।

ପାଇଲିନି କେବେ କୂଳ କି କିନାରା

ପଡି ତାର ଛଳନାରେ ।୦।


କଳା ମଚ ମଚ ତା' ପଣତ ତଳେ

ରାତି କେତେ ଗଲା ଲୁଚି ।

ପ୍ରୀତି ଭଉଁରୀରେ ଉବୁଟୁବୁ ହେଲି

ମନବଳ କେତେ ସଞ୍ଚି ।

ରୂପେଲୀ ନଈର ରୂପାକନିଆଁ ସେ'

ପଡିଗଲି ତା'ପ୍ରେମରେ ।୧।


ଫୁଲେଇ ସେ ଯେତେ ମିଛେଇ ବି ସେତେ

ଗଭୀରତା ଆବିଳତା ।

କେତେ ସେ ନଈରେ ପହଁରିଛି ହେଲେ

ପଚାରିନି କେବେ ମୋତେ ।।

ବହୁଛି ସେ ନଈ ଦୁଇ କୂଳ ହୋଇ

ଚାହୁଁନି କେବେ ସେ ଥରେ ।୨।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance