Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance

4  

Bijay Prusty

Romance

ତୁମେ ଚିଠିଟିଏ ଦେବ

ତୁମେ ଚିଠିଟିଏ ଦେବ

1 min
225



କଥାଥିଲା ତୁମେ ଚିଠିଟିଏ ଦେବ

ମନକଥା ସବୁ ଲେଖି

ଚିଠିର ଶେଷରେ ଇତି ଲେଖିସାରି

ନାଁ ଲେଖିଦେବ ସଖୀ I


କଥାଥିଲା ସଖୀ ହାତେ ହାତରଖି

ବରଷାରେ ଭିଜି ଭିଜି

ବୁଲୁଥିବା ଆମେ ଲକ୍ଷହୀନ ହୋଇ

ପ୍ରେମରେ ଯିବା ଲୋ ହଜି I


କଥାଥିଲା ସଖୀ ପ୍ରେମର ସାଗରେ

ପହଁରିବା ସାଥି ହୋଇ

ସୂରୁଜ ଚନ୍ଦ୍ରମା ଆକାଶୁ ଆମକୁ

ଖୁସିରେ ଦେଖିବେ ଚାହିଁ I


ତୁମ ହୃଦୟର ଆନ୍ଧାରୀ ମୂଲକେ

ଦୀପଟିଏ ଜାଳିଦେଇ 

ହୃଦୟ ତଳର ନିଃଷିଦ୍ଧ ଇଲାକା

ଦେଖାଇବ ମୋତେ ନେଇ I


ଗଢିବା ଗୋଟିଏ ପ୍ରେମର ମନ୍ଦିର

ଆମ ମଧ୍ୟେ ଥିଲା କଥା

ସେଇ ମନ୍ଦିରର କାନ୍ଥରେ ଲେଖିବା

ଆମ ପ୍ରଣୟର ଗାଥା ।


ଅମର ପ୍ରେମର ଅମର କାହାଣୀ

ଲେଖିବା ଆମେ ଲୋ ମିଶି

ଆମ ପ୍ରେମ କଥା ପଢିବେ ସରବେ

ମନେ ମନେ ହୋଇଖୁସି I

      


Rate this content
Log in

Similar oriya poem from Romance