ପ୍ରିୟତମା
ପ୍ରିୟତମା
ପୂର୍ଣ୍ଣିମା ରାତିର ଆକାଶେ ଚନ୍ଦ୍ରମା
ଦେଖିଲେ ମନେ ପଡିଯାଅ ତୁମେ ପ୍ରିୟତମା।
ଚନ୍ଦ୍ରମା ପରି ଗୋଲଗାଲ ମୁହଁ ତୁମ
ଝଲସି ଉଠେ ହଠାତ ବିଜୁଳି ସମ।
ଭାବନା ରାଇଜେ ଘୁରିଘୁରି ଭାବେ
ଅଦ୍ଵିତୀୟ ତୁମେ ସତରେ ଏ ଭବେ।
ପ୍ରେମ କରିବାଟା ସହଜଟି ସିନା
ଭାରି କଷ୍ଟ ସାଧ୍ୟ ସୌନ୍ଦର୍ଯ୍ୟ ବର୍ଣ୍ଣନା।
ଯେତେ ବର୍ଣ୍ଣିଲେ ବି କମ୍ ହୋଇଯିବ
ଶବ୍ଦ କୋଷରେ ଶବ୍ଦ ଅଭାବ ହେବ
ମନର ଅଗଣା ଆଖିର ଝରଣା
କ୍ଷଣେ ନ ଦେଖିଲେ ହୁଏ ବାଟବଣା।
ସତ କହୁଛି ଗୋ ପ୍ରିୟତମା ମୋର
ମନ ମନ୍ଦିରେ ମୋ କରିଅଛ ଘର।
ତୁମ ହୃଦୟ ତାଜମହଲ ପରେ
ମୁହିଁ କ୍ଷୁଦ୍ର କାରିଗରଟିଏ ମାତର।
ହୃଦୟ ଭିତରେ ରଖିଛି ସାଇତି
ପ୍ରିୟତମା ଆଗୋ ତୁମ ସବୁ ସ୍ମୃତି।
ତୁମରି ଗୋଲାପି ଗୋଲାପି ଓଠରେ
ହସିଦେଲେ ତୁମେ ସତେ ମଧୁ ଝରେ।
ଚିର ସ୍ମରଣୀୟ ପ୍ରିୟତମା ଗୋ ମୋର
ଛାଡି ଯିବ ନାହିଁ ମୋତେ କରି ପର।

