କଳ୍ପିତା ତୁମେ କେଉଁଠି
କଳ୍ପିତା ତୁମେ କେଉଁଠି


ମୋ କବିତାର ସମୁଦ୍ରରେ
ଶବ୍ଦର ଢେଉ ସବୁ
ବାରମ୍ବାର ଲହଡା ଭାଙ୍ଗୁଥାନ୍ତି
ଅତର୍କିତେ ମୋ ଆଡକୁ ମାଡି ଆସୁଥାନ୍ତି
ଅସଂଖ୍ୟ ପ୍ରଶ୍ନ ଧରି
କଳ୍ପିତା ତୁମେ କିଏ?
କାହା ଅଗଣାର ଫୁଲ ନା
ମୋ କବିତାର ନାୟିକା କଳ୍ପିତା /
ଅଦିନିଆ କବିତାର
ଝିପି ଝିପି ବର୍ଷାରେ
ପ୍ରଶ୍ନ ସବୁ ପାଣିଫୋଟକା ପରି
ମିଳେଇ ଯାଆନ୍ତି
କଳ୍ପିତା ତୁମେ କେଉଁଠି?
ମାନବୀ ହୋଇ ମର୍ତ୍ତ୍ୟରେ ନା
ଅପ୍ସରୀ ହୋଇ ସ୍ୱର୍ଗରେ ଅବା
ଫୁଲରାଣୀ ହୋଇ
ମୋ ହୃଦୟ ବଗିଚାରେ /