Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

DINESH AGRAWALLA

Romance

4.5  

DINESH AGRAWALLA

Romance

ପ୍ରିୟତମା-1

ପ୍ରିୟତମା-1

1 min
269


ପ୍ରିୟତମା 

ଏଠି ଭାବ ବେଶୀ 

ଅର୍ଥ ବେଶୀ 

ଶବ୍ଦ ସବୁ ଫୁଲକଷି 

ଫୁଟିବାର ଅପେକ୍ଷାରେ ।

ଏଠି ନିଦ ବେଶୀ 

ସ୍ବପ୍ନ ବେଶୀ 

ଆଶା ସବୁ ଆକାଶୁ ଖସି 

ଆଞ୍ଜୁଳାର ଅପେକ୍ଷାରେ ।

ପ୍ରିୟତମା 

ତୁମେ ନୀରବ ନିର୍ଜନ ଭିତରେ 

ଶବ୍ଦହୀନ କୋଳାହଳ 

ମୁଁ ଏକୁଟିଆ ଅନ୍ଧାରିଆ ମୁହୂର୍ତ୍ତରେ 

ତୁମ ଆସିବାର

ସୁଖଦ ଅନୁଭବକୁ 

ସଙ୍ଖୋଳି ରଖିଛି 

ଆତ୍ମୀୟତାର ସ୍ପର୍ଶ ଦେଇ 

ତୁମକୁ ମୁଁ ନିଜର କରିଛି ।

କେଉଁ ଏକ ଦୁର୍ବଳ ମୁହୂର୍ତ୍ତରେ 

ନିଜଠୁ ନିଜକୁ ହଜେଇ 

ତୁମକୁ ମୁଁ ସମର୍ପି ଦେଇଛି 

ହେ ମୋର ପ୍ରିୟତମା 

ପ୍ରାଣର ପ୍ରାଚୁର୍ଯ୍ୟ ।।


Rate this content
Log in