STORYMIRROR

Kabiratna Nutan Kumar Behera

Romance

3  

Kabiratna Nutan Kumar Behera

Romance

ତୁମେ ମୋ ସରଗ ଚାନ୍ଦ

ତୁମେ ମୋ ସରଗ ଚାନ୍ଦ

1 min
288

ତୁମେ ମୋ ସରଗ ଚାନ୍ଦ

ମୋ ମନର ମୁକୁଳା ଆକାଶରେ

ରଜନୀର ଘନ ତମସାରେ

ଉଇଁ ଆସ ପୂର୍ଣ୍ଣିମା ରୂପେ

ଭରି ଦେବାକୁ ଆନନ୍ଦ 

ତୁମ ଶୁଭ୍ର ସ୍ନିଗ୍ଧ କମନୀୟ ଆଭା

ଆକର୍ଷି ନିଏ ତାର ପ୍ରଭା

ଦୂରେଇ ଯାଏ ମୋ ଦୁଃଖ ବିଷାଦ।


ତୁମ ଚାନ୍ଦିନୀର ଚମକରେ

ମୁଁ ବି ଝଲସି ଉଠେ

କାଚକେନ୍ଦୁ ପାଣିର ପହଁରୁଥିବା

ଇଲିସି ମାଛ ପରି ଦିଶେ ଚକ୍ ଚକ୍

ଉଜ୍ଜ୍ୱଳ ହୁଏ ମୋ ସୀମା ସରହଦ 

ଆଶ୍ଵସ୍ତିର ତୃପ୍ତିରେ

ଦୂରାଇ ଦିଏ ମୁଁ ମୋ ଅବସାଦ

ତୁମେ ମୋ ସରଗ ଚାନ୍ଦ।


ଫୁଟା ଫୁଲର ହସ

ତୁମ ଅଧରର ଧାରରେ କରି ପ୍ରକାଶ

ଭରି ଦିଏ ହରଷ କର ସରସ

କି ମହୁମିଠା ସେ ପରଶ...

ପ୍ରାଣେ ଆସେ ପୁଲକ

ଖେଳିଯାଏ ମହକ ସାରା ମୂଲକ

ଅପସରି ଯାଏ ମୋର ଯେତେ ଦ୍ୱନ୍ଦ୍ଵ 

ସାତ ସୁରର ଜୀବନ ସଙ୍ଗୀତ

ହୃଦୟର ସ୍ପନ୍ଦନେ ହୁଏ ଝଙ୍କୃତ

ସପନ ହୋଇ ବାସ୍ତବ

ନାଚି ଯାଏ ତୋଳି ଛନ୍ଦ

ତୁମେ ମୋ ସରଗ ଚାନ୍ଦ।


ବଢାଇଲେ ହାତ ଖସି ଆସ

ପାଖରେ ବସ ସାଥୀରେ ମିଶ

ମେଣ୍ଟି ଯାଏ ମୋର ଶୋଷ

ମୋ ରୁଚି ଗୁଣ ସବୁକୁ କର ପସନ୍ଦ 

ଢାଳି ଦିଅ ଅମୀୟ ଧାରାର କରୁଣା

ତୁମ ପ୍ରେମ ନ କରି ଊଣା

ଦାନ କର ସ୍ୱଇଚ୍ଛାରେ

ସାଇତି ରଖି ସମ୍ଭ୍ରମତା ଶାଳୀନତା

ଆଣିଦିଅ ଅସୀମ ସୁଖ ସାଚ୍ଛନ୍ଦ୍ୟ

ତୁମେ ମୋ ସରଗ ଚାନ୍ଦ...।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance