ପୀରତି ବୋଲି ଏ ତିନୋଟି ଅକ୍ଷର
ପୀରତି ବୋଲି ଏ ତିନୋଟି ଅକ୍ଷର
ପୀରତି ବୋଲି ଏ ତିନୋଟି ଅକ୍ଷର
ଆଭାକାନ୍ତ ମହାନ୍ତି
ପୀରତି ବୋଲି ଏ ତିନୋଟି ଅକ୍ଷର
କିଏ ଆଣିଲା ଏ ଧରାକୁ,
ପ୍ରେମ ବୋଲି ଯେଉଁ ଅଛିଣ୍ଡା ବନ୍ଧନ
କିଏ ରଚିଲା ଏ ଧାରାକୁ ? । ୦ ।
ପ୍ରୀତିପୂର୍ଣ୍ଣ ମନ ସାଜେ ମହାନ
ଯଦି ଛୁଏଁ ତା'ରେ ଅଖିଳ ପ୍ରେମ,
କାମନା ଯଦି ତା ରାହାରୁ ହଟେ
ସାରା ବ୍ରହ୍ମାଣ୍ଡରେ ତା ନାମ ରଟେ,
କାମନା ପିନ୍ଧିଲେ ପୀରତିର ଖୋଳ
ସରା ମଣେ ସିନା ଧରାକୁ,
ଡର ଲାଗେ ଆଖି-ତାରାକୁ । ୧ ।
ପ୍ରେମର ସଙ୍ଗୀତ ପ୍ରକୃତି ଗାଏ
ପ୍ରେମ ବୃକ୍ଷେ ଅମୃତ ଫଳ ହୁଏ,
ପ୍ରେମ କ୍ଷଣିକରେ ଅସାଧ୍ୟ ସାଧେ
ଭଗବାନ ବନ୍ଧା ପ୍ରେମର ଛନ୍ଦେ,
କାମନା ଜନ୍ମାଇ ପ୍ରେମ ଭୁଲୁ ତୁହି
ବିଫଳାଇ ଜନ୍ମସାରାକୁ,
ଭୁଲି ମହନୀୟ ଧାରାକୁ । ୨ ।
ନୂଆସାହି, ବିଡ଼ାନାସୀ
କଟକ-୭୫୩୦୧୪
ଫୋନ୍-୯୦୪୦୦୦୩୧୦୧
*****