STORYMIRROR

Abhakanta None

Inspirational

2  

Abhakanta None

Inspirational

ଈଶ୍ବର ଏକ ବିଶ୍ବାସ ଅନେକ

ଈଶ୍ବର ଏକ ବିଶ୍ବାସ ଅନେକ

1 min
13.1K



-----------------------

ଭକ୍ତିମାର୍ଗ ( ଦିନ ଚଉଦ )

ସୃଷ୍ଟି ଆରମ୍ଭରୁ ଅଛି ଭକତି ଭୋକ ସହିତ

ସ୍ରଷ୍ଟା ଆଉ ସୃଷ୍ଟି ମଧ୍ୟରେ ସମ୍ବନ୍ଧ ସଦା ପବିତ୍ର

ଭକ୍ତିର ଭିନ୍ନ ନାମ ଥାପୁଛେଁ ସଂସାରେ ରହି

ପରମାତ୍ମା ସାଥେ ଆତ୍ମ ସମ୍ବନ୍ଧକୁ ଭକତି କହି

ଭକତଙ୍କୁ ଜନେ ଈଶ୍ବରଙ୍କ ଦୂତ ବୋଲି ବୋଲନ୍ତି

ଈଶ୍ବର ଜୀବନ , ଭକ୍ତି, କର୍ମେ ଏକ କଥା କୁହନ୍ତି

ଭକତର ଭାବ ଗୋଟିଏ ମୌଳିକ ଈଶ୍ବର ଭକ୍ତି

ଈଶ୍ବର ଯେମିତି ଗୋଟିଏ ବିଭିନ୍ନ କେବେ ନୁହନ୍ତି

ପବନ ଯେମିତି ସମଗ୍ର ବ୍ରହ୍ମାଣ୍ଡେ ପବନ ରୁହେ

ସ୍ଥାନ, କାଳ, ଭାଷା ପ୍ରକୃତିରେ ଭିନ୍ନେ ନାମିତ ହୁଏ

ସେପରି ଈଶ୍ବର ଗୋଟିଏ, ନାମିତ ସିନା ବିଭିନ୍ନେ

ସହସ୍ର ବିଶ୍ବାସ ଥାଉବି ମୌଳିକେ ଈଶ୍ବର ଜଣେ

ଯେ ଯାହା ବିଶ୍ବାସେ ପଥଧରି ପନ୍ଥୀ ପଛକେ ହେଉ

ମୌଳିକ ଈଶ୍ବରେ ସର୍ବ ସମର୍ପଣେ ଶରଣ ଯାଉ

ହିନ୍ଦୁଧର୍ମ ସେଇ ଈଶ୍ବରେ ବୁଝାଏ ଉଦାହରଣେ

ଜ୍ଞାନୀ, ଧନୀ, ମାନୀ, ଅଜ୍ଞାନୀ ଗରିବ ସହଜେ ଜାଣେ

ଜ୍ଞାତ ହେଉ ଅବା ଆଜ୍ଞାତେ ବି ପ୍ରାଣୀ ଚିହ୍ନେ ଈଶ୍ବରେ

ମୂନି, ଋଷି ତତ୍ବଜ୍ଞାନୀ ଭାବି ପଥ ଦେଲେ ବିଶ୍ବରେ

ଯେତେ ଭାବେ ଭାବରଖୁ ପ୍ରାଣୀ ପଛେ ସବୁରି ପାଇଁ

ଈଶ୍ବରେ ବୁଝିବା ସରଳେ ଅଛନ୍ତି ଥୋଇ

ଭକତିକୁ ବାଣ୍ଟି ନଅଭାଗେ କରିଛନ୍ତି ସରଳ

ଯେଉଁଭାଗ ଧର ପ୍ରତିଟିରେ ପ୍ରଭୁ ଥାନ୍ତି କେବଳ

ନବଧା ଭକତି ଧରି ଯେ ଭକତ କରମ କରେ

ସର୍ବଦା ରଖଇ ଈଶ୍ବରଙ୍କୁ ଜାଣ ନିଜ ପାଖରେ

ଭକତି ହିଁ ତାର ଭକ୍ତିରେ ଈଶ୍ବରେ ପାରଇ ବାନ୍ଧି

ଈଶ୍ବରେ ପାଇବା ମିଶିବା ଆତ୍ମାର ହିଁ ଅଭିସନ୍ଧି

ଈଶ୍ବରଙ୍କ ବିନା ଭଗବାନ କେହି ସଂସାରେ ନାହିଁ

ଈଶ୍ବରଙ୍କୁ ଜ୍ଞାନେ ରଖିଲେ ଈଶ୍ବର ଦୂତ ବୋଲାଇ

ହୋଇ ପାରନ୍ତି ସେ ଗୁରୁ ହେଲେ ହେବେନି ଭଗବାନ

ତାଙ୍କୁ ଭଗବାନ ଭାବିବା ନିହାତି ଅଜ୍ଞାନପଣ

ମେରୀର ବଳଦ ପରି ଆତ୍ମା ଏକଠାବେ ଘୁରିବ

ସୃଷ୍ଟିକର୍ତ୍ତା ଈଶ୍ବରଙ୍କ ସୁତ୍ରେ ସେ ନା ବୁଝିପାରିବ

ଗୁରୁଙ୍କ ଜ୍ଞାନରେ ଈଶ୍ବରେ ଜାଣିବା ଖରାପ ନୁହେଁ

ଗୁରୁ ଦେବଦୂତ ନିଶ୍ଚିନ୍ତ କିନ୍ତୁ ସେ ଈଶ୍ବର ନୁହେଁ

ଗୁରୁ ପୂଜା ଯୋଗ୍ୟ ହେଲେ ସେ ତ ହୋଇବେନି ଈଶ୍ବର

ଭକ୍ତିବିନା ଅନ୍ୟ ବେଭାରେ ମିଳିବେ ନାହିଁ ଈଶ୍ବର

----କ୍ରମଶ




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational