STORYMIRROR

Abhakanta None

Others

2  

Abhakanta None

Others

ଈଶ୍ବର ଏକ ବିଶ୍ବାସ ଅନେକ

ଈଶ୍ବର ଏକ ବିଶ୍ବାସ ଅନେକ

1 min
1.4K


ଭକ୍ତି ମାର୍ଗ (ଈଶ୍ଵର ଶରଣ )

ଦିନ ତେର

..................

କାୟମନୋବାକ୍ୟେ ସ୍ବୟଂକୁ ସମର୍ପି ଦିଅ ଈଶ୍ଵରେ

ତାହାକୁ ତ ଶ୍ରେଷ୍ଠ ଭକତି କୁହନ୍ତି ସାରା ବିଶ୍ଵରେ

ଭିନ୍ନ ଧର୍ମ, ମତ, ମାର୍ଗ କି ଦର୍ଶନ ମାନଇ ଏହା

ଭକ୍ତି ବର୍ଜିତେ ଭାଗବତ କରେ ହୃଦୟ ଛୁଆଁ

ଭକ୍ତି ନଅଭାଗେ ବିଭାଗି ବାଣ୍ଟିଛି ସରବ ମନେ

ନବଧା ଭକତି ବୋଲନ୍ତି ତାହାକୁ ଜଗତ ଜନେ

" ଶ୍ରବଣଂ, କିର୍ତ୍ତନଂ, ବିଷ୍ଣୁ ସ୍ମରଣଂ, ପାଦ ସେବନମ୍

ଅର୍ଚ୍ଚନ, ବନ୍ଦନଂ, ଦାସ୍ୟ, ସଖ୍ୟ ମାତ୍ମନିବେଦନମ୍ ''

- -----( ଭାଗବତ )

ପରମବ୍ରହ୍ମଙ୍କ କଥା ଶ୍ରବଣରେ ତନ୍ମୟ ହେଲେ

ତାକୁ ଭାଗବତ ଶ୍ରବଣ ଶକତି ବୋଲି ବୋଇଲେ

ପ୍ରଭୁ ଗୁଣ କିର୍ତ୍ତନରେ ଭକତି ପ୍ରକଟ ହୁଏ

କିର୍ତ୍ତନ ଭକତି ବୋଲି ଭାଗବତ ବୁଝାଇ ଦିଏ

ପ୍ରଭୁ ସ୍ମରଣେ କି ଧ୍ୟାନେ ଭକତିର ଏକ ବିଭାଗ

ପ୍ରଭୁ ପଣେ ଆତ୍ମା ସେବନ ଦର୍ଶାଏ ଭକତି ମାର୍ଗ

ପ୍ରଭୁ ବନ୍ଦନାରେ ଢାଳିହୁଏ ହୃଦ ଭକତି ଧାରା

ବନ୍ଦନାକୁ ଗାଇ ବିଭୋର ହୁଅନ୍ତି ଜଗତ ସାରା

୍ରଭୁ ଅର୍ଚ୍ଚନାରେ ହୃଦଭକ୍ତି ଢାଳି ପୂଜନ ବିଧି

ଅର୍ଚ୍ଚନାରେ ଭକ୍ତି ବିଭାଗି ବିଭାଜ୍ୟ ଅଛି ସମ୍ପାଦି

ଦାସ୍ୟ ଭାବ ରଖି ଈଶ୍ଵରେ ଭକତି ଢାଳନ୍ତି ବହୁ

ସଖା ଭାବେ ଆତ୍ମା ପରମାତ୍ମା ଭାବେ ଭକ୍ତି ବି କହୁଁ

ଆତ୍ମ ନିବେଦନ ନିଉଛାଳି ପ୍ରଭୁ ପଦରେ କଲେ

ଏଇ ନଅ ଭାଗେ ପ୍ରଭୁ ପାଶେ ଭକ୍ତି ବିଶ୍ଵେ ପ୍ରଚରେ

ଆତ୍ମ ସମର୍ପଣ ଆରବୀ ଭାଷାରେ ଇସଲାମ୍ କହି

ଈଶ୍ଵର ଶରଣ ଆଉ ଇସଲାମ୍ ଅଭିନ୍ନ ହୋଇ

" ଇନ୍ନଦା-ଦୀନା ଇନ୍ ଦଲ୍ଲାହିଲ-ଇସଲାମ୍ ''

( କୁରୁଆନ-୩/୧୯ )

ଆତ୍ମ ସମର୍ପଣ ବ୍ୟାଖ୍ୟାକରି ଦିବ୍ୟ ଗୀତା ବଖାଣେ

ବିଷୟ ଆସକ୍ତି ତ୍ୟାଗି ରଖ କର୍ମ ପ୍ରଭୁ ଅର୍ପଣେ

" ବ୍ରହ୍ମଣ୍ୟାଧ୍ୟାୟକର୍ମାଣି ସଙ୍ଗ ତ୍ୟକ୍ତା କରୋତି ଯଃ

ଲିପ୍ୟତେ ନ ସ ପାପେନ ପଦ୍ମପତ୍ରମିବାମ୍ଭସା ''

( ଗୀତା-୫/୧୦ )

ପରମାତ୍ମା ସହ ଆତ୍ମାର ସମ୍ବନ୍ଧ ଗଢିବା ଛଡା

ଆଉ ଯେତେ କର୍ମ ଅଛି ସର୍ବାନ୍ତରେ ହୁଏ ଅଲୋଡା

ଯିଏ ତା ସମସ୍ତ କର୍ମକୁ ଅର୍ପଣ କରେ ଈଶ୍ବରେ

ସେଇହିଁ ଭକତ ସିନା ବୋଲାଏଟି ଏହି ସଂସାରେ ।


Rate this content
Log in