ଉପାସନା
ଉପାସନା


" ଯୋ ଦେବାନାମଧିପୋ
ଯସ୍ମିନ୍ ଲ୍ଲୋକାଃ ଅଧିଶ୍ରିତାଃ
ଯ ଈଶେ ଅସ୍ୟ ଦ୍ବିପଦଶ୍ଚତୁଷ୍ପଦଃ
କସ୍ମୈ ଦେବାୟ ହବିଷା ବିଧେମ ''
(ଶ୍ବେତା - ୪/୧୩)
ଯିଏ ଦେବଗଣ ପ୍ରଭୁ ସର୍ବଲୋକର ଧାରଣା
ଆନନ୍ଦ ପରମ ଦିବ୍ୟ କର ତାଙ୍କ ଉପାସନା
ସିଏ ହିଁ ଦ୍ଵିପଦ ଅବା ଚତୁଷ୍ପଦ ପ୍ରାଣୀ ପ୍ରଭୁ
ତାଙ୍କ ଉପାସନା ଛାଡି ବେକାରେ କରନା କାବୁ
ମାନବ ନିର୍ମିତ ଅଛି ଯେତେ ଯେତେ ସମ୍ପ୍ରଦାୟ
ସବୁର ପାଳନକର୍ତ୍ତା ଜଣେ ଈଶ୍ଵର ନିଶ୍ଚୟ
ଯେବେଳେ ମନୁଷ୍ୟ ନିଜ ଅଭାବ ଆବଶ୍ୟକତା
ନିଶ୍ଚିତ ଭାବେ ଜାଣଇ, ସ୍ବତଃ ହୃଦ ଧରେ ପନ୍ଥା
ଯିଏଟି ସର୍ବୋତ ଶେଷେ ନବିଡେ ନିଜର ମଣେ
ହୃଦ କଥା ହୃଦ ବ୍ୟଥା ସ୍ଵୟଂ ତା ଉଦ୍ଦେଶ୍ୟେ ଭଣେ
ତା ବିନା ଆଉ କା ପାଶେ ହୁଏନାହିଁ ଆଶା ବୋଳି
ହୃଦୟ ଫିଟାଇ କୁହେ କରି ନାନା ନିଉଛାଳି
କଡଡାଏ କଉଡି ଠାରୁ ନିର୍ବାଣ ମୁକ୍ତି ପର୍ଯ୍ୟନ୍ତ
ତାଙ୍କୁ ହିଁ ମାଗେ କରଇ ତାହାଙ୍କୁ ଦୋଷୀ ସାବ୍ୟସ୍ତ
ବିଶ୍ଵାସ ବଳିଷ୍ଠ ହୁଏ ବାରବାରେ ଦୃଢ଼ କରେ
ପ୍ରବୃତି ପାଲଟି ଯାଏ ଅନାୟସେ ଜୀବନରେ
ତାହାକୁ ଭକତି କହି ସର୍ବ ସମର୍ପଣ ଭାବ
ଜଣକ ପାଶେ ଢାଳଇ ସଦା କରି ଅନୁଭବ
ସେହି ହିଁ ଈଶ
୍ଵର ଶକ୍ତି ତାକୁ କରେ ଉପାସନା
ହୃଦ୍ ବୋଧେ ଭକ୍ତ ରଚଇ ସେ ଶକ୍ତିର ରୂପ ନାନା
ଯହିଁବି ଭକତି ଢାଳୁ ନିଷ୍ଠା ନିବିଷ୍ଟ ହୋଇଲେ
ଈଶ୍ଵର ଶକ୍ତି ଶକ୍ତି ଭକ୍ତର ଲୟରେ ରୁହେ ପହିଲେ
ଭୁମିରୁ ଭୁମା ଭିତରେ ଯାହା ସବୁ ଅସହାୟ
ଈଶ୍ବର ସୃଜିଲେ ସବୁ ଭାବ ହୁଏ ସୃଜନୀୟ
ଈଶ୍ବର ଜୀବିତ କଲେ ଖେଳଇ ସିନା ଜୀବନ
ଈଶ୍ବର ହରଣ କଲେ ତାହା ମୄତ୍ୟୁ ଅବଦାନ
ଯେ ସୃଜଇ ସେ ଜିଆଏଁ ଯେ ମୃତ୍ୟୁ ନିଶ୍ଚିତ ଆଣେ
ଆନ କଥା ଛାଡ଼ ସେଇ ଈଶ୍ଵର ଏ ବିଶ୍ଵ ଜାଣେ
ସେ ଈଶ୍ଵର ରଚିପାରେ ସବୁ ଅଦ୍ଭୁତ ମହିରେ
ସବୁ ଘଟଣ ଓ ଅଘଟଣେ ନିୟନ୍ତ୍ରଣ କରେ
ମନୁଷ୍ୟ ଗଢା ଉପାସ୍ୟ ସୃଷ୍ଟି କରିପାରେ ନାହିଁ
ତାର ଜୀବନ ନାହିଁ ତ ସେ କାହୁଁ ପାରିବ ଦେଇ
ଜୀବନ ମୃତ୍ୟୁ ବା ପୁନଃ ଜୀବନରେ ତା କର୍ତ୍ତୃତ୍ବ
ଆସିବ ବା କାହୁଁ ସେତ ମାନବ ପରିଚାଳିତ
ପବିତ୍ର କୁରୁଆନ ଏହା କହିଛନ୍ତି ବିଚାରରେ
ଉପାସ୍ୟ କେବଳ ଆଲ୍ଲାହ ରୁହନ୍ତି ସେ ଅଦୃଶ୍ୟରେ
ଈଶ୍ଵର ଶକ୍ତିରୁ ମହାଶକ୍ତି ଜନ୍ମ ପାଇଛନ୍ତି
ମାଟି, ଆକାଶ, ଉତାପ, ବାୟୁ, ଜଳଟି ବୋଲାନ୍ତି
ଏଇ ପଞ୍ଚ ମହାଶକ୍ତି ମିଳିତେ ସବୁ ସୃଜନ
ଛୋଟ ବୀଜରୁ ପ୍ରକଟ ହୁଅଇ ଦ୍ରୁମ ମହାନ....।