କିଛି ସୂଚୀ
କିଛି ସୂଚୀ


ସୀମାହୀନ ନୀଳ ନଭ ସୀମାହୀନ ଅଭିଳାଷ
ବାକି ଯା ବିଶ୍ବ ବିବିଧା, ବିଚାରେ ସୀମାର ବଶ -୦-
ଅବିଚଳ ମୃତ୍ୟୁଛନ୍ଦ ଅବିଚଳ ପରମବ୍ରହ୍ମ
ଅନ୍ୟ ଯେତେ ବିଶ୍ବଧାରା ରୁହଇ ଅନିତ୍ୟ କ୍ରମ
ଅବାରିତ ବିଭୁଇଚ୍ଛା ଆଉ ସମୟର ସୁଅ
ଲୋଭ ବିନା ଅସମ୍ଭବ ସମଗ୍ର ବିଶ୍ବ ବିକାଶ-୧-
କାମନା ବିନା ଜୀବନ ସଂସାରେ ସମ୍ଭବ ନୋହି
କାୟା ଛାୟା ସମ ଅଟେ ଜୀବନ-କାମନା ଭାଇ
ଛାଡି ଦେଉ କାରବାର ଛାଡୁ ପଛେ ଘରଦ୍ବାର
କାମନାର ଅନ୍ତ ନାହିଁ ଜଙ୍ଗଲେ କରୁ ବି ବାସ-୨-
ଭବେ ଥରେ ଜନ୍ମ ନେଲେ ମୃତ୍ୟୁ ଭେଟ ଚିର ସତ୍ୟ
ସମୟ ସୁଅ ରୋକିବ ନାହିଁ କେହି ସାମରଥ
ଅକାଟ୍ୟ ଅଲଙ୍ଘ୍ୟନୀୟ କିଛିର ଏ ସୂଚୀ ସିନା
ସତ୍ୟ ସତ୍ୟ ମିଥ୍ୟା ମିଥ୍ୟା ଭବ ଭାବେ ଚାଲେ ରାସ-୩-