STORYMIRROR

Abhakanta None

Others

3  

Abhakanta None

Others

ବୁଝିବା ହେଉ

ବୁଝିବା ହେଉ

1 min
13.9K


କିଏ ସତ୍ୟ କୁହେ

କିଏ ତତ୍ତ୍ବ କୁହେ

କିଏ ନିତ୍ୟ କୁହେ

କେ ଅନିତ୍ୟ କୁହେ

କିଏ ଚିହ୍ନିଛି ପରମାନନ୍ଦଙ୍କୁ

( ଚାଖି ) ତାଙ୍କ ପ୍ରେମ ମକରନ୍ଦକୁ

ଥରେ ଯେ ଚାଖିବ ନିଜକୁ ଭୁଲିବ

କେମିତି ଜୀବନେ ତଥ୍ୟ କୁହେ -୦-

ଛଅ ଅନ୍ଧ ହାତୀ ଦେଖିଲା ପରାୟେ ସଭି ନିଜ ତତ୍ବେ ବାଇ

ନିଛକ ଉଦ୍ଦେଶ୍ୟ ଧନ ଆଉ ଯଶ କମାଏ ଯେ ପାରେ କହି

ମୀରା ସୁରଦାସ କି ପରମହଂସ

ଚଇତନ୍ୟ ଭୀମ ବଳରାମ ଦାସ

ପାଇଛନ୍ତି ଯିଏ ପାଗଳ ବୋଲାଏ

ଦୁନିଆର ଏ ଅନିତ୍ୟ କୁହେ -୧-

ଗୋଖାପୁଅ ସୁଏ ବାଇ ପରି ସର୍ବେ ବସନ୍ତି ତାହାଙ୍କୁ ଘେରି

ଭାବନ୍ତି ତାହାଙ୍କୁ ଗୁରୁ କରି ନେବେ ପରମ ପଦ ଆବୋରି

ଭୁଆଁ ଭୁଲି ଖାଲି ଜୀବନ ହାରିବେ

ପ୍ରଭୁ ପାଖେ ଥାଇ ଜାଣି ନ ପାରିବେ

ଲୋଡା କିଆଁ ଗୁରୁ ଏ ପ୍ରକୃତି ଚାରୂ

ପ୍ରଭୁ ସତ୍ୟ ତଥ୍ୟ ନିତ୍ୟ ଦିଏ -୨-

ହାତକାଚ ଦେଖିବାକୁ ଦରପଣ କିଆଁ ଲୋଡୁଛନ୍ତି ଜନେ

ଛପିଥାନ୍ତି ପ୍ରଭୁ ହୃଦପ୍ରେମ ପଛେ ମିଳନ୍ତି ସେ ସମର୍ପଣେ

ଆଭାକାନ୍ତ କୁହେ ଭୁଲନା ମନୁଆ

ଦୃଢ଼ ସମର୍ପଣ କରିବ କିମିଆଁ

ଭାବେ ହ୍ବନ୍ତି ବନ୍ଧା ଭାବଗ୍ରାହୀ ସଦା

ସର୍ବ ତତ୍ବେ ସାର ତତ୍ବ ଇଏ -୩-


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍