STORYMIRROR

Abhakanta None

Inspirational Others

3  

Abhakanta None

Inspirational Others

ଆୟୁଷ ମୋ ଅଭିଷିକ୍ତ

ଆୟୁଷ ମୋ ଅଭିଷିକ୍ତ

1 min
13.9K


ଅପ ଦେବତାର ଅଭିଶାପେ ଅବା ଆୟୁଷ ମୋ ଅଭିଷିକ୍ତ

ଅନ୍ୟଥା ଆବେଶେ ଆସନା ଆତ୍ମିୟ ! ଆତ୍ମଗାଥା ଆନ୍ଦୋଳଇ

ଅତୀତ, ଅବିକା, ଆଗାମୀ ମନ୍ଥନେ ଅଭିବ୍ୟକ୍ତି କରେ ବ୍ୟକ୍ତ

ଅନ୍ୟର ଅଳପ, ଅଜସ୍ର ଆଦର, ଆଲୋଡ଼ନ କନ୍ଦଳଇ

ପଥର ପାହାଚେ ପାଣ୍ଢୋଇ ପରାୟେ ପ୍ରାରବ୍ଧ ପୀଡିତେ ପେଷା

ଜଉମୁଦ ଘରୁ ଯେତେ ଜିତାଇଲେ ଜଣେ କେ' ଜିଜ୍ଞାସୁ ନାହିଁ

ଆତ୍ମା ଅନ୍ତଃର୍ମୁଖି ଅଭିନିବିଷ୍ଟେ ବି ଆଡେଇ ହେଉନି ଆଶା

କାଳକୁ କୋଳେଇ କିତା କିତା କଦର୍ଥନେ କାନ୍ଦେ କଇଁ କଇଁ

ଅମା ଅନ୍ଧକାର, ଜୋଚ୍ଛନା ଜୁଆର ଅନ୍ଧେ କି ଫରକ ଆଣେ

ଅନ୍ୟ ଅନୁଗ୍ରହ ପାଇବା ଆଗ୍ରହ ହିସାବ-ନିକାଶ-ବାର୍ତ୍ତା

ବିଚାରରେ ମୋର ବିକଳ ବିଧିରେ ବଇଶାଖୀ ବୀଜ ବୁଣେ

କର କୁଟିକମ ବିରାମ କର୍ମେ ବି ଫଳ କଷେ ସୃଷ୍ଟିକର୍ତ୍ତା

ହାଡ଼,ମାଂସ,ରକ୍ତ,ଚର୍ମ ଘେରା ଦେହେ ଘାରେ ସଦା ହାଇ ହାଇ

ଅଦୂର, ସୁଦୂର, ଅନତିଦୂର ବି କେବେ ଆପଣାର ନୋହି…..



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational