ଉପାସନା 2
ଉପାସନା 2


ଦଶମ ଦିନ
-------/-----
ପରମାତ୍ମା ପ୍ରାପ୍ତିହେବା ଆତ୍ମାର ଚରମ ଲକ୍ଷ୍ୟ
ଇହଲୋକେ ଅଳିକ ଏ ଘଟିଥିବା ଦୁଃଖ ସୁଖ
ଈଶ୍ବର ପ୍ରାପ୍ତିରେ ହିଁ ଆତ୍ମସତ୍ତା ଲୋପ ହୁଏ
ଆଦିମ ଯୁଗରୁ ଆତ୍ମା ଈଶ୍ବରଙ୍କୁ ଖୋଜୁଥାଏ
ଆଜିବି ଖୋଜୁଛି ଭୁଲି ନିଜ ସତ୍ତାର ସନ୍ଧାନ
ଅବୁଝାରେ ବାଟ ଭୁଲି ହରାଏ ପ୍ରକୃତ ଜ୍ଞାନ
ତେଣୁ ଯୁଗ ଯୁଗ ଧରି ମହିମଣ୍ଡଳେ ଘୁରଇ
କିଛି କିଛି ପୁଣ୍ୟ ଜୋଡି ପରମ ପଥ ଧରଇ
ଈଶ୍ବରେ ଭକ୍ତି ଜୋଡିବା ପାଇଁକି କରେ ପ୍ରୟାସ
ଉପାସନାପୀଠ କରି ପାଏ ପ୍ରାଣରେ ଉଛ୍ବାସ
ଏତ ଆଦିମ ଯୁଗରୁ ସାରା ସଂସାରେ ରହିଛି
ଜଳେ ସ୍ଥଳେ ଆକାଶରେ ଈଶ୍ବରଙ୍କୁ ଖୋଜୁଅଛି
ଅନ୍ତରେ ଈଶ୍ବର ଅଛି ଭୁଲି ଯାଇଥାଏ ସଦା
କେହି ପ୍ରାଣୀ ବୁଝେ ଏହା ହେଲେ ତାହା ଯଦା କଦା
ପୀଠର ଆବଶ୍ୟକତା ମଣିଷ ପାଇଁକି ବଡ଼
ଘରେ ବାହାରେ ନଗରେ ରଚିଅଛି କୁଢ଼କୁଢ଼
ସେଇଠି ଭକତି ଢାଳି ଚାଲିଛି ଆବାହମାନୁ
ସେତିକି ଯଥେଷ୍ଟ ନୁହେଁ ଏକଥା ଭୁଲଇ ମନୁ
ଟିକିଏ ମନରେ ଶାନ୍ତି ପାଇ ଭାବେ ହେଲି ଧନ୍ୟ
ସଂସାର ଜଞ୍ଜାଳେ ବ୍ୟସ୍ତ ରହିଯାଏ ଦିନୁଦିନ
କାହିଁକି ମନୁଷ୍ୟ ପୂଜେ କିଆଁ କରେ ଅରଚନା
ସଠିକ ଉତ୍ତର କେହି କହିବେନି ସତ୍ୟ ସିନା
ମଣିଷ ବହୁତ ଖୋଜେ ହେଲେ ସବୁ ପାଏ ନାହିଁ
ଜାଣେ ସଂସାର ବିଶାଳ ତାର ଆୟ ଭରେ ନାହିଁ
ଭାବେ ଜନ୍ମ ଯଉବନ, ଜରା ମୃତ୍ୟୁ ରୋଗ ଶୋକ
ଦୁଃଖ ସୁଖ ଭଲମନ୍ଦ ଇହକାଳ ପରଲୋକ
ନିଜାଧିନେ ରଖିବାକୁ ଚାହିଁବି ବିଫଳ ହୁଏ
ଅଭିଳାଷ ଅପୁରଣେ ମନେମନେ ଭୟପାଏ
ପ୍ରାକୃତିକ ପର୍ଯ୍
ୟାୟ ବି ତାହାକୁ ବ୍ୟସ୍ତ କରାଏ
ମନୁ ଅହଂକାର କାଟି ଈଶ୍ବର ରାହା ଧରାଏ
ଶଙ୍କିତ ମଣିଷ ମନ ଏବେହିଁ କର୍ତ୍ତାକୁ ଖୋଜେ
ଅସହାୟ ଭୟବୋଧେ ମନେମନେ ରୁହେ ଲାଜେ
ଈଶ୍ବରେ ପାଇବା ବାଟ ଖୋଜଇ ପ୍ରସନ୍ନ ପାଇଁ
ତେଣୁ କୁଳ ପରମ୍ପରା ଅନୁସରଣ କରଇ
ଯୁଗୁ ଯୁଗୁ କର୍ଯ୍ୟସିଦ୍ଧି ପାଇଁ କରେ ଉପାସନା
ଭଜନ କିର୍ତ୍ତନ ପୂଜା ସ୍ତୁତି କି ଧ୍ୟାନ ଧାରଣା
ନିଜମତେ ଡାକେ କେତେ ଗୁହାରେ ପ୍ରାର୍ଥନା କରେ
ଉପାସ୍ୟେ ପ୍ରସନ୍ନ ପାଇ୍ଁ ସ୍ବଇଚ୍ଛାରେ ପଥ ଧରେ
ପୂଜା, ବଳି, ନଇଵେଦ୍ୟ, ଦାନ, ଦକ୍ଷିଣା ବି ଦିଏ
ବ୍ରତ, ଉପବାସ, ତୀର୍ଥାଟନେ ମନ ଭରିଥାଏ
ସଂସାର ଜଞ୍ଜାଳ ତ୍ୟାଗି ଜପ ତପ ଆଚରଇ
ଷଡ଼ରିପୁ ଅବଦମିତରେ ସଙ୍ଘର୍ଷ କରଇ
ବେଳେବେଳେ ପ୍ରାଣ ତ୍ୟାଗେ ଈଶ୍ବର ସାନିଧ୍ୟ ଲାଗି
କେ ଜାଣେ କେତେ ସଫଳ ହୁଏ ସେହି ଅନୁରାଗୀ
ହେଲେ ଏଇ କର୍ମମାନ ବୋଲାଏଟି ଉପାସନା
ଆଜ୍ଞା ପାଳନ କି ସେବା ହେଉ ବା ପୂଜା ଅର୍ଚ୍ଚନା
ଆରବୀରେ ଏହାକୁ ହିଁ ଇବାଦତ୍ ବୋଲାଯାଏ
ଉପାସନା ବିନା ଜଣେ ମନୁଷ୍ୟ କାହିଁ ନ ଥାଏ
,ଉପାସନା ହିଁ କେବଳ ଯୁଗକର୍ତ୍ତା ଅଧିକାର
ଯାହାକୁ କୁହନ୍ତି ବ୍ରହ୍ମ, ଆଲ୍ଲହା ଅବା ସର୍ବେଶ୍ବର
ସେ ଅନନ୍ତ ପରାକ୍ରମୀ ଜଗନ୍ନାଥ ବିନା କେହି
ବିଶ୍ବ ରଚନେ ଧାରଣେ ପ୍ରଳୟେ ସାମର୍ଥ ନୋହି
ତାଙ୍କୁ ଛାଡି ଆଉ କାର ଉପାସନା ଅନୁଚିତ
ଋଗବେଦ ଦର୍ଶାଇଛି ଉପାସନାର ଏ ତତ୍ତ୍ବ
( ଋଗବେଦ-୧/୧୫୪/୩ )
ଏ ସନ୍ଦର୍ଭେ ବେଦାନ୍ତ ବି କହିଅଛି ତାର କଥା
ନିମ୍ନୋକ୍ତ ଶ୍ଳୋକ ଦର୍ଶାଏ ଉପାସନାର ବ୍ୟବସ୍ଥା