STORYMIRROR

Abhakanta None

Inspirational

3  

Abhakanta None

Inspirational

ଈଶ୍ବର ଏକ ବିଶ୍ବାସ ଅନେକ 4

ଈଶ୍ବର ଏକ ବିଶ୍ବାସ ଅନେକ 4

2 mins
13.9K


ଉପାସନା ( ବାର ଦିନ )

********

ଏ ମହା ଶକ୍ତି ମିଳନେ ମଟିଘଟ ଗଢା ହୋଇ

ଈଶ୍ବର ଶକ୍ତି ତହିଁରେ ଜୀବନ ହୋଇ ରୁହଇ

ତାକୁ ଜୀବିତ ରଖଇ ଏଇ ପଞ୍ଚ ମହାଶକ୍ତି

ଜୀବନଶକ୍ତି ଈଶ୍ବର ମାଟିଘଟେ ରଖିଥାନ୍ତି

ପ୍ରାଣ ବା ଈଶ୍ବରଶକ୍ତି ଇଚ୍ଛାରେ ଅଦୃଶ୍ୟ ହୁଏ

ପଞ୍ଚଶକ୍ତି ସମ୍ମିଶ୍ରଣେ ବିଘଟଣ ଘଟି ଯାଏ

ଉତ୍ପତ୍ତି ମାଟିଘଟ ଶେଷହୁଏ ନଷ୍ଟ ହୋଇ

ପ୍ରତିଟି ଶକ୍ତି ନିଜର ମୂଳତ୍ବେ ମିଶନ୍ତି ଯାଇ

ଜନ୍ମ, ମୃତ୍ୟୁ, ପୁନ୍ନର୍ଜନ୍ମ, ପୁନ୍ନର୍ମୁତ୍ୟୁ ପରିଧିରେ

ଚାଲେ ଈଶ୍ବର ଇଚ୍ଛାରେ ଜୀବନ ଚକ୍ର ନାମରେ

ଏ ଚକ୍ରେ ଚାଲନ୍ତି ଯିଏ ସର୍ବେ ଈଶ୍ବରଙ୍କ ସୃଷ୍ଟି

ସୁକର୍ମ ବଳେ ଶ୍ରେଷ୍ଟତ୍ବ କରିଥାନ୍ତି ବିଶ୍ବେ ପୁଷ୍ଟି

ଈଶ୍ବର ଦୂତ ସାଜନ୍ତି ସମାଜେ ସମ୍ମାନନୀୟ

ପୂଜନୀୟ ହୁଅନ୍ତି ସେ ହେଲେବି ଉପାସ୍ୟ ନୁହଁ

ଉପାସ୍ୟ କେବଳ ସିଏ ବିଶ୍ବ ଯାହାର ଆଶ୍ରିତ

ସୃଷ୍ଟି, ସ୍ଥିତି, ପ୍ରଳୟ ବି ଯା'ଇଚ୍ଛାର ଅଧିକୃତ

ଏ ସମ୍ବନ୍ଧେ କୁରୁଆନ କହିଅଛି ଏକ ଉକ୍ତି

ଆଲ୍ଲାହାଙ୍କ ବ୍ୟତିତ କେହି ବିଶ୍ବେ ଉପାସ୍ୟ ନୁହନ୍ତି

" ଲା ଇଲ୍ଲାହ ଇଲ୍ଲାଲ୍ଲାହ ''

ଅର୍ଥାତ ମନୁଷ୍ୟ କାୟୋମନୋବାକ୍ୟେ ସମର୍ପଣ

ଆଲ୍ଲାହାଙ୍କୁ କରୁ, ଏ ଆନୁଗତ୍ୟାତାହିଁ ଇସଲାମ

ବେଦ, କୁରୁଆନେ ବ୍ରହ୍ମତତ୍ତ୍ବ ଅଟେ ଏକାପରି

ଈଶ୍ବର ତତ୍ତ୍ବରୁ କେବେ କେହି ନାହାନ୍ତି ଓହରି

ହେଲେ ହିନ୍ଦୁ ସେ ତତ୍ତ୍ବକୁ ସାର୍ବଜନ୍ନିନ ହେବାରେ

ବହୁ ଆୟାମେ ଦର୍ଶାଇ ଅଛି ବହୁଳ ଭାବରେ

ଈଶ୍ବରଙ୍କ ଶୁନ୍ୟତାକୁ ବୁଝିବେନି ସବୁ ବର୍ଗ

ହେଲେ ସର୍ବ ହୃଦ ହେଉ ବ୍ରହ୍ମ ଭାବେ ବିନିଯୋଗ

ଈଶ୍ବର ଦୂତଙ୍କ ବାଣୀ ସର୍ବେ ବୋଧଗମ୍ୟ ନୋହି

ଈଶ୍ବର ବିଶ୍ବାସ ସର୍ବେ ଅଜ୍ଞାନେ ବି ରହୁ ଛାଇ

ତାର ସରଳୀକରଣେ ମହାଚେତ୍ତା ମୂନୀ, ଋଷି

ମୂର୍ତ୍ତି ପୂଜନ ବିଧିକୁ ପ୍ରଘଟିଲେ ରାଶିରାଶି

ମନ୍ଦିର , ତୀର୍ଥପୀଠରେ ଈଶ୍ବରୀୟ ଭାବ ବୋଳି

ସୂଚାନ୍ତି ସର୍ବୋତେ ସର୍ବେ ସେ ଭାବରେ ହୁଅ ମେଳି

କିଛି ନ ହେବାରେ କିଛି ହେବା ବରଂ ଶ୍ରେୟସ୍କର

ମୂର୍ତ୍ତି, ମନ୍ଦିର, ପୀଠ, କି ତୀର୍ଥ ସୃଷ୍ଟି ସଦ୍ଦିଚ୍ଛାର

ସର୍ବ ଗର୍ବ ଅହଂକାର ଏଠାରେ ବିନୀତ ହେଉ

ଜୀବନର ସେଇବେଳ ଈଶ୍ବରୀୟ ପଥେ ଯାଉ

ମୂଳରୁ ମାମୁ ନଥିବା ଠାରୁ କଣାମାମୁ ଭଲ

ଉଦ୍ଦେଶ୍ୟ ନୁହେଁ କି ଉଚ୍ଚ , ଉଚ୍ଚକୋଟି ମହାତ୍ମାର ?

ସର୍ବମୟ ଈଶ୍ବର ତ ସବୁଠାରେ ଅଛି ରହି

ଜଡେନାହିଁ କୁହେ ଯିଏ ସେ ଈଶ୍ବରେ ଚିହ୍ନିନାହିଁ

ଖାଲି ପଢିଶୁଣି ବାଢେ ତାର ଅବାନ୍ତର ଯୁକ୍ତି

ସ୍ବୟଂ ଈଶ୍ବର ଶକତି ସେ ଅନୁଭବି ନାହାନ୍ତି

ଅନୁଭବି ଥାଏ ଯିଏ ଯୁକତିରେ ରୁହେନାହିଁ

ଯୁକ୍ତି ଅଯୁକ୍ତିରେ ବିତ ଈଶ୍ବରଙ୍କୁ ଥାଏ ପାଇ

ସ୍ରଷ୍ଟାଙ୍କୁ ଚିହ୍ନିଛି ଯିଏ ସୃଷ୍ଟେ ହେବନାହିଁ ବାଦୀ

ସେ ଚିହ୍ନେ ସର୍ବ ସୃଷ୍ଟିରେ ରୁହନ୍ତି ଈଶ୍ବର ଭେଦି

ପୂଜା ଯୋଗ୍ୟ ସର୍ବ ସୃଷ୍ଟି ପୂଜନେ ନାହିଁତ ଦୋଷ

ହେଲେ ସୃଜକ ଈଶ୍ବର ସାରା ସୃଷ୍ଟିର ଉପାସ୍ୟ

ପୂଜା ଆଉ ଉପାସନା ମଧ୍ୟରେ ଏତିକି ଭେଦ

ଉପାସନା ଈଶ୍ବରୀୟ , ପୂଜନ ଏ ସୃଷ୍ଟିଛନ୍ଦ

ଉପାସନା ଶେଷ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational