STORYMIRROR

Prafulla Chandra Mishra

Inspirational

4  

Prafulla Chandra Mishra

Inspirational

ଯୁଗେ ଯୁଗେ ଦ୍ରୌପଦୀ

ଯୁଗେ ଯୁଗେ ଦ୍ରୌପଦୀ

2 mins
462


ସବୁଠାରୁ ଭଲ ମୋ ଭାରତ ବର୍ଷ ମର୍ତ୍ତ୍ୟର ୟେ ପାଟରାଣୀ

ମହାନତା ଠାରୁ ମହାନ ମୋ ଦେଶ ପବିତ୍ର ୟା ମାଟି ପାଣି

ଏଦେଶ ଜାତୀୟ ପତାକା ତ୍ରୀରଙ୍ଗା ଅଶୋକ ଙ୍କ ଶାନ୍ତି ସ୍ତୁପ

ଅଳଂକୃତ କରି ଉଡୁଛି ଉଦ୍ଦାମେ ମହୀୟାନ ମୋ ଭାରତ ।


ବୁଦ୍ଧ ଦେବ ଶାନ୍ତି ମନ୍ତ୍ରେ ମନ୍ତ୍ରୀତ ଭାରତ ପାଣି ପବନ

ପ୍ରଣବ ଓଁ କାର ମନ୍ତ୍ର ଗୁଞ୍ଜରଣେ ସଂଚରି ଉଠେ ଜୀବନ

ପବିତ୍ର ପାଦପ ଫୁଲ ଫଳ ମୂଳ ସଂଜିବନୀ ମନ୍ତ୍ର ସମ 

ତେଣୁ ମୋ ଭାରତ ପବିତ୍ର ଧରାରେ ସବୁଠାରୁ ମହୀୟାନ ।


କଳ କଲ୍ଲୋଳିନୀ ସ୍ଵର୍ଗ ମନ୍ଦାକିନୀ ଲହରେ ଏହାର କୋଳେ

କୈଳାଶ ହୀମାଦ୍ରି ରଜତ କିରିଟ ଭୂଷିତ ଯାହା କପୋଳେ

ହିମାଳୟ ଠାରୁ କୁମାରୀକା ଯାଏଁ ସରବେ ଭଉଣି ଭାଇ

ନାହିଁ ଭେଦ ଭାବ ଏ ଏକା ସମ୍ଭବ ଆର୍ଯ୍ୟାବର୍ତ୍ତ ତେଣୁ ଏହି ।

 

ଜାତୀ ଧର୍ମ ନିର୍ବିଶେଷରେ ସଭିଏଁ ଭାରତ ମାତା ସନ୍ତାନ

ଜଗନ୍ନାଥ ତତ୍ଵ ସର୍ବ ଭୌମତ୍ଵ ବଳେ ସର୍ବେ ଏକ ମନ

ଯେଉଁ ଦେଶ ପୁଅ ମୁକ୍ତ କଣ୍ଠେ କହେ ନର୍କେ ପଡୁ ମୋର ଦେହ

ମିଶୁ ମୋରଦେହ ଏଦେଶ ମାଟିରେ ପରଦୁଃଖେ ଉଠେ କୋହ।


ଭାରତ ପଦ୍ମରେ କେଶର ସେ ରାଜ୍ୟ ସେ ମାଟି ବନ ବାସିନୀ

ସାଧ୍ଵୀ ଦ୍ରଉପଦୀ ଭାରତ ବର୍ଷର ସେ ଜାଜୁଲ୍ୟମାନ ମଣି

ଭାରତ ମହାନ ଗଣତନ୍ତ୍ର ମନ୍ତ୍ରେ ଲୁବ୍ଧ ଆଜି ବିଶ୍ଵ ବାସୀ

ଶାନ୍ତି ମୈତ୍ରୀ ପ୍ରୀତି ପ୍ରତୀକ ଭାରତ ଆଜି ସେହି ବନବାସୀ ।


ରାଇରଙ୍ଗପୁର ବନ ଗହନ ରୁ ନୀରିହ ପକ୍ଷୀ ସାବକ

ଉଡିଉଡି ଦିନେ ଏକାମ୍ର କାନନ ଆସି କରିଥିଲା ଠାବ

ସହଜେ ଈଶ୍ଵର ବିଶ୍ଵାସୀ ତା ମନ ଗଢିଲା ସୁନା ସଂସାର

ଅନେକ ଆଘାତ ପ୍ରତିଘାତ ସହି ଏକାଏକା ଚାଲିବାର ।


ଶିଖିଗଲା ଆଜି ଉଡିଉଡି ସିଏ ରାଇସନ୍ ପର୍ବତର

ଶିଖରେ ଆସିନ ଅନାମ ଧ୍ୟେୟ ଯେ ଥିଲା ଦିନେ ଏ ମାଟିର

ଅନେକରେ ଏକ ଅମୃତ ମୟୀ ସାର୍ବଭୌମ୍ୟ ଅଧୀଶ୍ଵରୀ

ଓଡିଆ ଜାତୀର ବନବାସୀ ସାଧ୍ଵୀ ଶ୍ରୀମତୀ ଦ୍ରୌପଦୀ ଦେଇ ।


ଧର୍ମ ସଂସ୍ଥାପନା ପାଇଁ ଅଗ୍ନି କନ୍ୟା ଦ୍ରଉପଦୀ ମହା ସତୀ

ସହିସହି କେତେ ଯାତନା ତାଡନା ଶେଷରେ ହେଲେ ସାମ୍ରାଜ୍ଞୀ

ତେମନ୍ତେ ଅନେକ ଅସହ୍ୟ ଯନ୍ତ୍ରଣା ସହି ସହି ହେଲା କାଠ

ଦାରୁ ପାଲଟିଲା ସେକାଠ ସୁଭଦ୍ରା ସମ ଏକ ମୂର୍ତ୍ତି ମନ୍ତ ।


ବନ ବାସିନୀ ସେ ସନ୍ଥ ମହିୟଷୀ ନିଷ୍କଳଙ୍କ ଜ୍ଵୋଳତ୍ ଭାନୁ  

ପୂରୁବ ଦିଶା ରୁ ଉଦୟ ହୋଇଛି ଆମ ଦ୍ରୌପଦୀ ମୁର୍ମୁ

ଜାତୀ ଟେକ ରଖି ସ୍ଵର୍ଣ୍ଣାକ୍ଷରେ ଲେଖି ଦେବା ଆଶା ଅଛି ମନେ

କରୁଛି ମିନତୀ ଜଗନ୍ନାଥ ଙ୍କୁ ମୁଁ ସଫଳ ହୁଅ ଜୀବନେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational