STORYMIRROR

Prafulla Chandra Mishra

Classics

4  

Prafulla Chandra Mishra

Classics

କନ୍ୟାକୁମାରୀ ଭ୍ରମଣ

କନ୍ୟାକୁମାରୀ ଭ୍ରମଣ

1 min
60


ମଦୁରାଇ ଠାରୁ କନ୍ୟାକୁମାରୀ କୁ ଭ୍ରମଣ କରିବା ପାଇଁ 

ଉଦ୍‌ବେଗେ ଆତୁରେ ସହସା ଆନନ୍ଦେ ଆସି ପହଞ୍ଚିଲି ମୁହିଁ,

କନ୍ୟାକୁମାରୀ ର ଅପୂର୍ବ ସୌନ୍ଦର୍ଯ୍ୟ ବିମୁଗ୍ଧ କରିଲା ମୋତେ

ଅପରୂପ ସେହି ବୈଭବଶାଳିନୀ ଭୂମି ସତେ ଏହି ମର୍ତ୍ତ୍ୟେ ।।


ତ୍ରିବେଣୀ ସଙ୍ଗମେ ମହା ସମୁଦ୍ର ର ସେ ଅବର୍ଣ୍ଣନୀୟ ରୂପ 

ଦେଖିଲା ମାତ୍ରକେ ଉତ୍ଫୁଲ୍ଲତା ଭରେ ହରଣ ହୁଅଇ ଦୁଃଖ,  

ବିବେକାନନ୍ଦ ଙ୍କ ଉପାସନା ଗୃହ ତହିଁ ପାଦୁକା ମନ୍ଦିର 

ମନ ହଜିଗଲା ଦର୍ଶନ କରିଣ ସତେ ଆହାକି ସୁନ୍ଦର ।।


ବଙ୍ଗୋପସାଗର, ଆରବ ସାଗର, ଭାରତ ମହାସାଗର 

ଏକତ୍ରିତ ଏହି ତ୍ରିବେଣୀ ସଙ୍ଗମେ କାହିଁ ତା’ର ପଟାନ୍ତର, 

ଅନ୍ୟ ପାହାଡରେ ତାମିଲନାଡୁର ଦାର୍ଶନିକ ଆଉ କବି

ଥିରୁଭାଲ୍ଲୁଭର୍ ମହୋଦୟଙ୍କର ଅନନ୍ୟ ସେ ପ୍ରତିମୂର୍ତ୍ତି।।


ମହାତ୍ମା ଗାନ୍ଧୀ ଙ୍କ ସ୍ମୃତି ସ୍ମାରକ ର “ମନ୍ଦିର ସମୁଦ୍ର କୂଳେ

ଦର୍ଶନ କରିଣ” ସୂର୍ଯ୍ୟାସ୍ତ କାଳିନ ଦୃଶ୍ୟ କୁ ଦେଖିଲି ଡୋଳେ

କୁମାରୀ ମାତାଙ୍କ ମନ୍ଦିର ସେଠାରେ ମହାଦେବୀ ଶୈଳସୁତା

ବିଜୟ କରନ୍ତି କାରୁକାର୍ଯ୍ୟ ଭରା ମନ୍ଦିର କହୁଛି କଥା।।


ପ୍ରାଚୀନ ମନ୍ଦିରେ ସହସ୍ର ଦୀପରେ ଝଲସନ୍ତି ମହା ଦେବୀ

ସହସା ଅକ୍ଳେଶେ କ୍ଳେଶ ନାଶ ଯାଏ ଦେଖିଦେଲେ ସେହି ଛବି

  ନୀଳ ସାଗର ର ମନୋମୟ ଦୃଶ୍ୟ ଉତ୍ତୁଙ୍ଗ ଲହରୀ ଖେଳ

  ଅଭୁଲା ବିଚିତ୍ର ଚିତ୍ର ମୟ ଦୃଶ୍ୟ ସତେ କେତେ ମନୋହର ।।


ଆହାକି ବୈଚିତ୍ରମୟ ମୋର ଦେଶ ପବିତ୍ର ଭାରତ ଭୁଇଁ 

ଭ୍ରମଣ କରି ଏ ପାବନ କ୍ଷେତ୍ର କୁ ମନୁ ଭୁଲି ହୁଏ ନାହିଁ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics