STORYMIRROR

Prafulla Chandra Mishra

Classics

4  

Prafulla Chandra Mishra

Classics

ରାମେଶ୍ଵରମ ଦର୍ଶନ

ରାମେଶ୍ଵରମ ଦର୍ଶନ

2 mins
19

ରାମେଶ୍ଵରମ ଦର୍ଶନ

• ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା 

---------- ------------------- ----------

କନ୍ୟାକୁମାରୀ ରୁ ରାମେଶ୍ଵର ପାଇଁ ହେଲି ବାହାର

ସମୁଦ୍ର ଘେରା ଏ ମରତ ଭୁଇଁ ମୋ କେଡେ ସୁନ୍ଦର ,

ଶସ୍ୟ ଶ୍ୟାମଳା ରେ ସବୁଜିମା ଭରା ସୁନ୍ଦର ଧରା

ଚତୁର୍ଦ୍ଦିଗ ଦୃଶ୍ୟ ଅତି ମନଲୋଭା ଦୁଃଖ ପାସୋରା ।।


ତାଳ ନାରିକେଳ ରମ୍ଭା ଆମ୍ଵ ତଥା ବୃକ୍ଷ ର ମେଳେ

ଶୋଭା ଅବର୍ଣ୍ଣନ ଅପରୂପ ରୂପ ଦେଖଇ ଡୋଳେ,

ପାହାଡ ପର୍ବତେ ନୀଳ ଆବରଣ ସବୁଜ ମୟ

କୁସୁମ ମଣ୍ଡିତ ବହୁବର୍ଣ୍ଣା ରୂପେ ଲତିକା ଚୟ ।।  


ସାଗର ଗରଭେ ଉପ ଦ୍ଵୀପ ଏହି ପବିତ୍ର କ୍ଷେତ୍ର

ବନବାସ ବେଳେ ସୀତା ଚୋରୀ ପରେ ଶ୍ରୀରାମ ଚନ୍ଦ୍ର,

ଆସିଣ ଏଠାକୁ ପ୍ରତିଷ୍ଠା କରିଲେ ଭୋଳା ଶଙ୍କର 

ସେତୁବନ୍ଧ ବାନ୍ଧି ଲଙ୍କା ଜୟ ପାଇଁ ମାଗିଲେ ବର ।।


ଜ୍ୟୋତିର୍ଲିଙ୍ଗ ରୂପେ ଉଭା ମହାଦେବ ପବିତ୍ର ଧାମ

ଅଗ୍ନି ତୀର୍ଥେ ସର୍ବେ କରନ୍ତି ଏଠାରେ ସମୁଦ୍ର ସ୍ନାନ,

ତହୁଁ ବାଇଶି ଟି ପବିତ୍ର କୂପର ପବିତ୍ର ଜଳେ

ସ୍ନାହାନ କରନ୍ତି ଆସିଣ ଏଠାକୁ ଭକ୍ତ ସକଳେ ।।


ମନ୍ଦିର ର ମନଲୋଭା ଛବି ନିଏ ମନକୁ କିଣି

ଦିଶୁଅଛି ଅବା କୋଟିଏ ଅଳକା ଭୂବନୁ ଜିଣି,

ଦେଖିନାହିଁ ଯେଣୁ ଅଳକା ଭୁବନ ମନରେ “ପ୍ରତେ-

ହୁଅଇ” ଏପରି ସରଗ ରାଇଜ ଏହିକି ସତେ ।।


ଦର୍ଶନ ମାତ୍ରକେ ପବିତ୍ର ଭାବନା ହୁଏ ଜାଗୃତ 

ସହସା ଅନେକ ଦୁଃଖ କ୍ଳେଶ ପାପ ହୁଏ ଦୁରିତ,

ଦର୍ଶନ କରି ମୁଁ ଫେରି ଆସିଥିଲି “ମନ ସେଠାରେ-

ରହିଗଲା” ସବୁଦିନ ପାଇଁ ରାମ ନାଥ ପୟରେ ।।


ରାମେଶ୍ଵର ଠାରୁ ଧନୁଷ୍‌କୋଡି କୁ ବୁଲିବା ପାଇଁ 

ଯାଇ ମୁଁ ଦେଖିଲି ଅପରୂପ ଦୃଶ୍ୟ ବିରଳ ଭୂଇଁ,

ଏକଇ ପାରୁସ ସବୁଜ ବରଣ ଅନ୍ୟଟି ନୀଳ

ଦୁଇ ସମୁଦ୍ର ରେ ଦୁଇଟି ରଙ୍ଗର ଲହରୀ ଖେଳ ।।


ଖଣ୍ଡ ଖଣ୍ଡ ହୋଇ ସେତୁବନ୍ଧ ଦୃଶ୍ୟ ସାଗର ଜଳେ

ଦୃଶ୍ୟ ମାନ ହୁଏ ଅଳପ ଅଳପ ତରଙ୍ଗ ମେଳେ,

ଲଙ୍କାର ରାଜନ କରିବା ପାଇଁକି ଶ୍ରୀରାମ ଯହିଁ 

ବିଭୀଷଣ ମାଥେ ଶାଢୀ ବାନ୍ଧିଥିଲେ ଅଭୟ ଦେଇ ।


ଯହିଁ ଜଟାୟୂର ସହିତ ଶ୍ରୀରାମ ହୋଇଲା ଦେଖା

ଯହିଁ ମାରିଥିଲେ ସୁବର୍ଣ୍ଣ ହରୀଣ ସେ ସବୁ ଯାଗା,

ସେ ସବୁର ଚିତ୍ର ସହିତ ମୟୂର ମୟୂରୀ ମାନେ

ବନାନୀ କୋଳରେ ଚାରୁ ଚିତ୍ର ଛବି ରହିବ ମନେ ।।


ଦିଗ୍‌ବଳୟ ଧାରେ ଛାୟା ମୂର୍ତ୍ତି ସମ ଶ୍ରୀଲଙ୍କା ପୁର

ଦୃଶ୍ୟମାନ ହୁଏ ସମୁଦ୍ର ପୃଥିବୀ ମିଶ୍ରଣ ସ୍ଥଳ,

ଦୂରବୀକ୍ଷଣ ସେ ଯନ୍ତ୍ରରେ ଦେଖିଲେ ଦିଶଇ ଯାହା

ଲାଗଇ ଯେମିତି ଶ୍ରୀଲଙ୍କାର ସୀମା ଅଟଇ ତାହା ।।


ଏସବୁ ଅଲଭ୍ୟ ଦରଶନ କରି ଫେରିଲା ବେଳେ

ମନରେ ଭାବଇ ସତେ କେତେ ଶୋଭା “ଧରଣୀ ତଳେ,

ବିରାଜିତ” ଏଇ ମୋ ଜନମ ଭୁଇଁ ଭାରତ ବର୍ଷ

ଭୂଧରମାଳା ରେ ବିଭିନ୍ନତା ଭରେ କେତେ ଉତ୍କର୍ଷ ।।



Rate this content
Log in

Similar oriya poem from Classics