STORYMIRROR

Prafulla Chandra Mishra

Tragedy

4  

Prafulla Chandra Mishra

Tragedy

କୋହ ସଙ୍ଗୀତ

କୋହ ସଙ୍ଗୀତ

1 min
405

ଆ’ରେ ଫେରିଆ, ମୋ ସୁନା ଚଢେଇ ଆ

ଚାହିଁ ରହିଛି ତୋର ବାଟ କୁ ତୋର ପାଗଳୀ ମା 

ଆ’ ରେ ଫେରିଆ, ଆ ସୁନା ଧନ, ଆ ତୁ ଫେରିଆ ।।


ମୋ ଭଙ୍ଗା ହୃଦ ନୀଡର ତୁତ ସାତ ସାଇତା ଧନ

ଅନ୍ଧାର ଘର ଭିତର ମୋର ଚନ୍ଦ୍ରଉଦିଆ ଜହ୍ନ

ତୋ ବିହୁନେ ମୋ ସବୁ ଅନ୍ଧାର, 

ଥରେ, ପଛକୁ ଝୁଙ୍କି ଚାହାଁ, ଆ’ ରେ ଫେରିଆ ।।


ତୋ ଯିବା ଦିନୁ ଝରୁଛି ଲୁହ ହଜି ଯାଇଛି ହସ

ମନ ବାସନା ମରି ଯାଇଛି ଶେଷ ହୁଏ ଆୟୁଷ 

ଏବେଳେ ମୋତେ ସାହାରା ଲୋଡା,

କହ, କିଏ ହେବ ମୋ ସାହା,, ଆ’ ରେ ଫେରିଆ ।।


ରୂପା ଚଢେଇ ଏକଲା ହୋଇ ଖୋଜଇ ସହୋଦର

ମଉନେ ମନ ମାରି ସେ ବସେ ସ୍ମୃତି ହୋଇଲୁ ତାର

ମନେ ଶୂନ୍ୟତା ରଚିଲୁ କିଆଁ 

ତିଳେ, ନକରିଲୁ ରେ ଦୟା, ଆ’ରେ ଫେରି ଆ ।।


ମନେ ପଡୁଛି ବାଳଗୋପାଳ ଚିତ୍ର ଦରୋଟି କଥା

ସପନ ପରି ଲାଗେରେ ଧନ ବିଧି ହେଲା ଅହନ୍ତା

ମୋ ଘରେ ରଚି ଉଁଆସ ରାତି

କେତେ, ମିଛି ମିଛିକା ମାୟା, ଆ’ରେ ଫେରି ଆ ।।


ଆକାଶେ ଉଏଁ ସୂରୁଯ ଜହ୍ନ ମୋ ଘର ଖାଲିଖାଲି

ମନ ଆକାଶ ନଷ୍ପ୍ରଭ ଦିଶେ ଫୁଟୁନି ତାରା ମଲ୍ଲୀ

ବିଷର୍ଣ୍ଣ ଭରା ପୋଡା ହୃଦୟେ

ଦେଖ, ଜଳଇ କେତେ ନିଆଁ, ଆ’ ରେ ଫେରିଆ ।।


ମିଛରେ କିଆଁ ସପନ ଦେଖେ ଅଫେରା ରାଇଜରେ

ପାଦଥାପିଲା ନିଠୁର ହିଆ କଠୋର ହୃଦୟରେ

ମୁଁହ ଫେରାଇ ଗଲୁରେ ଧନ

ସବୁ, ତୁଟାଇ ମୋହ ମାୟା, ଆ’ ରେ ଫେରି ଆ ।।


ଅଭିଶପ୍ତ ସେ ଗନ୍ଧର୍ବ ମୋର କୋଳରେ ‌ହେଲା ଜାତ

ଜାଣିନଥିଲି ଅଧା ବାଟରେ ଛାଡି ଦେବ‌ମୋ ହାତ

କୁହୁକ ମନ୍ତ୍ର ଜାଣିଛ ମୋର

ମୁହଁ, ପୋଡିଲ ପୋଡା ମୁହାଁ, ଆ’ ରେ ଫେରିସା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy