କବିତା ଓ କଙ୍କାଳ
କବିତା ଓ କଙ୍କାଳ


ଧାଡ଼ି ଧାଡ଼ି କବିତାରେ ଗୁନ୍ଥାହୁଏ
ଅନେକ ଶବ୍ଦର ମାଳ,
କେବେ କେବେ କବିତା ବି ଛୁଇଁଥାଏ
ନଦୀ ତଟିନୀର କୁଳ ।
କେବେ ପୁଣି ଆଙ୍କିଦିଏ ହୃଦୟରେ
ଅନେକ ପ୍ରତିଛବିକୁ,
ପୁଣି କେବେ ଜାଳିଦିଏ ବିରହରେ
ପୁଣି ଭିଯାଏ ପ୍ରେମକୁ ।
କଙ୍କାଳ କିନ୍ତୁ କହିଥାଏ କିଛିକୁ
ନୀରବରେ ଧୀରେ ଧୀରେ,
କେହି ବୁଝନ୍ତିନି ତାର ମର୍ମକଥା
ଆଡେଇ ଦେଇ ପାଦରେ ।
କଙ୍କାଳବି ଲେଖିଦିଏ କିଛି ସ୍ମୃତି
ପୁଣି କେତେ ଅନୁଭୂତି,
ଅନୁଭବି ସିନା ବୁଝିପାରେ ତାକୁ
ବସି ଆଙ୍କିବାକୁ ଗୀତି ।