STORYMIRROR

Sonali Swapna Patra

Fantasy Children

4  

Sonali Swapna Patra

Fantasy Children

ପିଲାଦିନ

ପିଲାଦିନ

1 min
421


ସ୍ମୃତିର ପୁଟୁଳିଟା ଖୋଲୁ ଖୋଲୁ

ଚିକ୍ ଚିକ୍ ହୋଇ ଝଲସି ଉଠେ

ଅତୀତର ଜୀବନ ।


ସେଇ ପିଲାଦିନ

ଆମ୍ବଚୋରି,ସାଙ୍ଗସାଥୀ

ପୁଣି ମିଛି ମିଛି ରାଗ ରୁଶା,

ଭାଇ ସହ ହେଉଥିବା ଝଗଡ଼ା

ବାପାଙ୍କ ତାଗିଦ୍ ଆଉ ନାଲି ଆଖି

ପଛରେ ଥିବା ସ୍ନେହ ଆଉ ଭଲ ପାଇବା ।


ଅଭିଯୋଗ ବାଦାନୁବାଦର ପୁଣି ଅନେକ କଥାର,

ମାଆ ପାଖେ ଅଳୀ ପୁଣି ନାନା ଦରବର ।


ସବୁ କିଛି ହଜିଯାଇଛି ରଙ୍ଗବେରଙ୍ଗ ଆଲୋକମାଳାରେ

ବୟସର ଗତିରେ,

କିଏ ଫେରେଇ ଆଣିବ ସେ ଦିନ,

ପୂଜା ପାର୍ବଣର ନୂଆ ପୋଷାକ

ପୁଣି କେତେ ନାଚ,ଗୀତ,

ନାନା ପ୍ରକାରେ ପିଠା ପଣା ।


ପୁଣି କିଏ ଗଢ଼ିଦିଆନ୍ତା କି ମୋ ପାଇଁ

ମାଟିରେ ହାଣ୍ଡି କଢ଼େଇ,

ମୁଁ ମିଚ୍ଛି ମିଛିକା ରୋଷେଇ କରି 

ପରଷି ଦିଅନ୍ତି ଭାରି ଆନନ୍ଦରେ

ସବୁ କିଛି ଆଜି ସ୍ମୃତି ଘରେ ସାଇତା,

ମନ କିନ୍ତୁ ଫେରିଯିବାକୁ ସେହି ପିଲାଦିନକୁ

ପୁଣି ଫେରେଇ ଆଣିବାକୁ ଅତୀତର ସ୍ମୃତିକୁ,

ଯଦି ଆଣି ହୁଅନ୍ତା ସେହି ଦିନ ଗୁଡ଼ିକ

ସବୁକୁ ଜୀବନ୍ତ କରି ତୋଳନ୍ତି ନୂତନ ଅଧ୍ୟାୟ ମାନ 

ଭୁଲି ଯାଇ ସବୁ ଦୁଃଖ କଷ୍ଟ ଆଉ ଯନ୍ତ୍ରଣା ଜୀବନର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy